Sunday, November 15, 2026
Home ଆଞ୍ଚଳିକ ଗୁଜୁରାଟ ଗୋଧ୍ରା ଟ୍ରେନ ପୋଡି ଘଟଣାକୁ ପୁରିଲା ୧୯ ବର୍ଷ

ଗୁଜୁରାଟ ଗୋଧ୍ରା ଟ୍ରେନ ପୋଡି ଘଟଣାକୁ ପୁରିଲା ୧୯ ବର୍ଷ

25

୨୭/୦୨/୨୧ (ଜିଲ୍ଲା ଖଵର) : ଗୁଜୁରାଟ ଗୋଧ୍ରା ଟ୍ରେନ ପୋଡି ଘଟଣାକୁ ପୁରିଲା ୧୯ ବର୍ଷ । ଅର୍ଥାତ ୨୦୦୨ରେ ଆଜିର ଦିନରେ ଗୋଧ୍ରା କାଣ୍ଡ ହୋଇଥିଲା । ଗୁଜରାଟର ଗୋଧ୍ରା ଷ୍ଟେସନରୁ ଛାଡୁଥିବା ସାବରମତୀ ଏକ୍ସପ୍ରେସ ଟ୍ରେନର ଏକ ବଗିରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିଲେ । ଏହି ଘଟଣାରେ ଅଯୋଧ୍ୟାରୁ ଫେରୁଥିବା ୫୯ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିଲା । ସାବରମତୀ ଏକ୍ସପ୍ରେସରେ ହିନ୍ଦୁ ତୀର୍ଥଯାତ୍ରୀ ଅଯୋଧ୍ୟାରୁ ଫେରୁଥିଲେ । ଗୁଜରାଟର ପଂଚମହଲ ଜିଲ୍ଲାର ଗୋଧ୍ରା ଷ୍ଟେସନ ପହଂଚିବା ପରେ ଦୁର୍ବୃତ୍ତମାନେ ଚେନ ଟାଣି ଟ୍ରେନକୁ ଅଟକାଇଥିଲେ । ଏହା ପରେ ପଥରମାଡ଼ ମଧ୍ୟ କରିଥିଲେ । ଟ୍ରେନର ଏକ ବଗିରେ ନିଆଁ ସଂଯୋଗ କରିଦେଇଥିଲେ । ଟ୍ରେନର ଏସ-୬ ବଗିରେ ନିଆଁ ଲାଗିବା ପରେ ଏଥିରେ ଥିବା ୫୯ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା । ଅଯୋଧ୍ୟାରେ ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ୨୦୦୨ରେ ପୂର୍ଣ୍ଣାହୁତି ମହାଯଜ୍ଞର ଆୟୋଜନ କରାଯାଇଥିଲା । ଅଯୋଧ୍ୟାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ନିଜ ନିଜ ଘରକୁ ଫେରୁଥିଲେ । ସାବରମତୀ ଏକ୍ସପ୍ରେସ ଟ୍ରେନରେ ପାଖାପାଖି ୧୭୦୦ ତୀର୍ଥଯାତ୍ରୀ ଓ ଶ୍ରଦ୍ଧାଳୁ ଯାତ୍ରୀ ଥିଲେ । ଏହି ଘଟଣାରେ ୧୫୦୦ ଅଭିଯୁକ୍ତଙ୍କ ନାଁରେ ଏତଲା ହୋଇଥିଲା ।