Thursday, November 12, 2026
Home ଆଞ୍ଚଳିକ ଷ୍ଟାର ସ୍ପ୍ରିଣ୍ଟର ହିମା ଦାସ ଆସାମ ପୋଲିସରେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ପଦବୀରେ ନିଯୁକ୍ତି

ଷ୍ଟାର ସ୍ପ୍ରିଣ୍ଟର ହିମା ଦାସ ଆସାମ ପୋଲିସରେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ପଦବୀରେ ନିଯୁକ୍ତି

10

୨୭/୦୨/୨୧ (ଜିଲ୍ଲା ଖଵର) : ଷ୍ଟାର ସ୍ପ୍ରିଣ୍ଟର ହିମା ଦାସ ଆସାମ ପୋଲିସରେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ପଦବୀରେ ନିଯୁକ୍ତି ପାଇଛନ୍ତି । ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲଙ୍କଠାରୁ ସେ ନିଯୁକ୍ତିପତ୍ର ଗ୍ରହଣ କରିଛନ୍ତି। ଏହି ଅବସରରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ପୋଲିସ ଡିଜିଙ୍କ ସମେତ ପୋଲିସ ବିଭାଗ ଏବଂ ରାଜ୍ୟ ସରକାରଙ୍କ ବହୁ ଉଚ୍ଚପଦାଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ ନିଜର ପ୍ରତିକ୍ରିୟା ପ୍ରକାଶ କରି ୨୧ ବର୍ଷୀୟା ହିମା କହିଥିଲେ, ଜଣେ ପୋଲିସ ଅଫିସର ହେବା ଲାଗି ତାଙ୍କର ପିଲାଦିନରୁ ଏକ ଅଭିଳାଷ ଥିଲା। ଏସିଆନ ଗେମ୍ସ ରୌପ୍ୟ ବିଜୟିନୀ ତଥା ଜୁନିୟର ବିଶ୍ୱ ଚାମ୍ପିୟନ କହିଛନ୍ତି, ସେ ରାଜ୍ୟ ପୋଲିସରେ କାର‌୍ୟ୍ୟ କରିବା ସହ ପୂର୍ବଭଳି ଖେଳରେ ଅଧିକରୁ ଅଧିକ ଭଲ ପ୍ରଦର୍ଶନ କରିବା ଲାଗି ତାଙ୍କ ପ୍ରଚେଷ୍ଟା ଜାରି ରହିବ।