
ସୁନ୍ଦରଗଡ଼,୨୬/୦୨(ଜିଲ୍ଲା ଖବର) : ସୁନ୍ଦରଗଡ଼ ଅଖିଳ ଭାରତୀୟ ବ୍ୟବସାୟିକ ସଂଘ ଦ୍ୱାରା ଆହୂତ ଭାରତ ବନ୍ଦ ପରିପ୍ରେକ୍ଷୀରେ ଆଜି ସୁନ୍ଦରଗଡ଼ରେ ସୁନ୍ଦରଗଡ଼ ଚ୍ୟାମ୍ବର ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରି ଏଥିରେ ସାମିଲ ହୋଇ ସୁନ୍ଦରଗଡ଼ରେ ଭାରତ ବନ୍ଦକୁ ସଫଳ କରିଛି। ଏହି ବନ୍ଦକୁ ଆଜି ସୁନ୍ଦରଗଡ଼ରେ ଅଭୂତପୂର୍ବ ସମର୍ଥନ ମିଳିଥିଲା। ସୁନ୍ଦରଗଡ଼ର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ,ଶିଳ୍ପ କେନ୍ଦ୍ର ଓ ଉଦ୍ୟୋଗ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଥିଲା। ବ୍ୟବସାୟୀଗଣ ଏକ ୧୨ ଟି ଦାବି ସମ୍ମଳିତ ସ୍ମାରକପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ଏହି ସ୍ମାରକପତ୍ର ଜିଲ୍ଲାପାଳଙ୍କ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଗ୍ରହଣ କରିଥିଲେ। କୋଭିଡ-୧୯ ପାଇଁ ସମ୍ପୂର୍ଣ୍ଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ବ୍ୟବସାୟକୁ ମଧ୍ୟ ଗଭୀର ପରିମାଣରେ ଆଘାତ କରିଛି ଏବଂ ସେହି ସମୟରେ ମୂଳରୁପରୁ ପାଖାପାଖି ୯୦୦ ଥର ବଦଳି ଜି ଏସ ଟି ଏବେ ଅତ୍ୟନ୍ତ ଜଟିଳ ହୋଇ ପଡ଼ିଛି। ଜି ଏସ ଟି ର ସରଳୀକରଣ ପାଇଁ ସମସ୍ତ ବ୍ୟବସାୟୀ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଏହି ସ୍ମାରକପତ୍ର ମାଧ୍ୟମରେ ନିବେଦନ କରିଛନ୍ତି। କୋଭିଡ ପରିସ୍ଥିତିରେ ୯ ମାସ କାଳରେ ବ୍ୟବସାୟ ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଥିବା ବେଳେ ଅନ୍ ଲାଇନ୍ ବ୍ୟବସାୟ କାୟା ବିସ୍ତାର କରିଚାଲିଛି। ଏହି ସମୟରେ ଟ୍ୟାକ୍ସ ବ୍ୟବସ୍ଥାରେ ସରଳୀକରଣ ଅତ୍ୟନ୍ତ ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଛନ୍ତି ସଂଘର କର୍ମକର୍ତ୍ତା। ତାଙ୍କ ଅନୁରୋଧ ପତ୍ରରେ ବ୍ୟବସାୟୀ ଗଣ ସରକାରଙ୍କୁ ୦୧/୦୧/୨୦୨୧ ର କେନ୍ଦ୍ରୀୟ ଟିକସ ବିଜ୍ଞପ୍ତି ସଂଖ୍ୟା ୦୧/୨୦୨୧ ତଥା ୨୨/୧୨/୨୦୨୦ ର ବିଜ୍ଞପ୍ତି ସଂଖ୍ୟା କେନ୍ଦ୍ରୀୟ ଟିକସ ୯୪/୨୦୨୦ କୁ ତତ୍କାଳ ପ୍ରତ୍ୟାହାର କରିବା ପାଇଁ ପ୍ରାର୍ଥନା କରିଛନ୍ତି । ଆଜିର ଏହି ବନ୍ଦରେ ସୁରେନ୍ଦ୍ର ସ୍ୱର୍ଣକାର, ଓମ ପ୍ରକାଶ ସାହୁ, ରୋସନ ଅଲ୍ଲୀ,ଗଣେଶ ରୋହିଲା,ଅମୁ ବଜାଜ, ସରଦେନ୍ଦୁ ମହାପାତ୍ର,ସଞ୍ଜୀବ, କମଲେଶ ନାଥାନି, ଜାମିନିକାନ୍ତ ନାଏକ,ବୁଲୁ ଦାଶ,ଲାଡ଼ି,ଦୀନବନ୍ଧୁ ଭିତ୍ରିଆ,ନରେନ୍ଦ୍ର ସିଂ,ନାନକ୍ର ରାମ ଭୋଜ୍ୱାନି,ଜୟ ମଙ୍ଗଳ ସିଂ, କାଲିପଦ ସାମଲ,ଅର୍ଜୁନ ବଜାଜ,ରାଜୁ ଅଗ୍ରୱାଲ, ଧିରଜ ଅଗ୍ରୱାଲ,ପିଙ୍କୁ ଦାସ ଓ ସୌମ୍ୟ ରଞ୍ଜନ ରଥ ସାମିଲ ହୋଇ ବନ୍ଦକୁ ସଫଳ କରିବାରେ ମୁଖ୍ୟ ଭୂମିକା ନିଭାଇଥିଲେ।
ବିଶ୍ବରଂଜନ ହୋତା ସୁନ୍ଦରଗଡ଼



