Home ଆଞ୍ଚଳିକ ମୁନୀଗୁଡା ବଜାର ଟ୍ରାଫିକ୍ ଯାମ୍ ମାଳ ମାଳ ଟ୍ରକ୍ ଲମ୍ବା ଲାଇନ୍, ଆମ୍ବୁଲାନ୍ସ ଯାଇପାରୁନି,ପୂର୍ବପରି ନୋ...

ମୁନୀଗୁଡା ବଜାର ଟ୍ରାଫିକ୍ ଯାମ୍ ମାଳ ମାଳ ଟ୍ରକ୍ ଲମ୍ବା ଲାଇନ୍, ଆମ୍ବୁଲାନ୍ସ ଯାଇପାରୁନି,ପୂର୍ବପରି ନୋ ଏଣ୍ଟ୍ରି ପାଇଁ ଦାଵୀ।

11

ମୁନିଗୁଡା,୨୭/୦୨/୨୧ (ଜିଲ୍ଲା ଖଵର) : -ରାୟଗଡା ଜିଲ୍ଲା ମୁନୀଗୁଡା ସଦର ମହକୁମା ଏକ ବ୍ୟବସାୟୀକ ସ୍ଥଳି ସହ ଜନ ଗହଳି ସ୍ଥାନ। ଦୈନିକ ଏଠାରେ ଲୋକ ସଙ୍ଖ୍ୟା ବଢିବା ସହ ଯାନ ବାହନ ଯାତାୟତରେ ଵୃଦ୍ଧି ପାଇବାରେ ଲାଗିଛି। ହେଲେ ଟ୍ରାଫିକ୍ ସମସ୍ୟା ଦୂରକରିବାକୁ ପୋଲିସ ପକ୍ଷରୁ ଲକ୍ଷ୍ମଣନାୟକ ଛକ ଠାରେ ପୋଲିସ ମୁତୟନ କରାଯାଇଛି,ଏଥିରେ କିଛି ପରିମାଣରେ ସୁଧାର ଆସୁଥିଲେ ମଧ୍ୟ ଜନସାଧାରଣଙ୍କ ଜୀଵନ ଯାତ୍ରା ଵ୍ୟାଘାତ ଘଟିଛି। ଦିନରେ ଲମ୍ବା ଲାଇନ୍ ମାଳ ମାଳ ଟ୍ରକ ଯାତାୟତରେ ବଜାର ଉପରେ ପରିବାର ସହ ରହି ଦୋକାନ କରିଥିବା ଏବ ପୂର୍ଵରୁ ରହି ଆସିଥିବା ଲୋକମାନେ କୌଣସି ଜରୁରୀ କାମରେ ଗାଡିକାଢି ଯାଇପାରୁ ନ ଥିବା ଵେଳେ ରୋଗିଙ୍କୁ ମଧ୍ୟ ଆମ୍ଵୁଲାନ୍ସରେ ନେଵା କଷ୍ଟକର ବ୍ୟାପାର ହୋଇଯାଇଛି। ଏଥି ପୂର୍ବରୁ ସକାଳ ୮ଟା ରୁ ରାତି ଆଠଟା ପର୍ଯୟନ୍ତ ନୋ ଏଣ୍ଟ୍ରି କରାଯାଇଥିଲା। ଧନଜୀବନ ସୁରକ୍ଷିତ ରହିବା ସହ ଛୋଟଛୋଟ ପିଲାମାନେ ନିର୍ଭୟରେ ସ୍କୁଲ ଓ ଟିଉସନକୁ ଯାଇପାରୁଥିଲେ। ଏଵେ କଣ ପାଇଁ ନୋ ଏଣ୍ଟ୍ରି ବନ୍ଦକରାଯାଇଥିବାରୁ ଜନସାଧାରଣଙ୍କ ପାଇଁ ଵିପଦ ସୃଷ୍ଟି ହେଵାର ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି। ତେଣୁ ପୋଲିସ୍ ପ୍ରଶାସନ ପକ୍ଷରୁ ଯେମିତି ଲୋକଙ୍କ ହିତ ପାଇଁ ଟ୍ରାଫିକ୍ ବ୍ୟବସ୍ଥା ନିୟନ୍ତ୍ରଣ କରିବା ପାଇଁ ରାସ୍ତା କଡରେ ଦୋକାନ କରିଥିବା ଲୋକଙ୍କୁ ସ୍ବତନ୍ତ୍ର ସ୍ଥାନରେ ଵ୍ୟବସାୟ କରିବାକୁ ମୁନିଗୁଡା ଆଇ ଆଇ ସି ଶ୍ରୀମତୀ ସୁଜ୍ଞାନୀ ସାହୁ ଓ ଏସ୍ ଡି ପି ଓ ଶ୍ରୀ ଆକାଶ ଚନ୍ଦ୍ର ସାହୁ ଯେପରି ଭାଵେ ପଦକ୍ଷେପ ନେଉଛନ୍ତି ତାହା ସ୍ଵାଗତ ଯୋଗ୍ୟ, ସେହିପରି ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ବର୍ତମାନ ନୋ ଏଣ୍ଟ୍ରି କରି ପୂର୍ବ ପରି ନିର୍ଦ୍ଧାରିତ ସମୟ ଅନୁସାରେ କ୍ରିଷ୍ଣା ପେଟ୍ରୋଲ ପମ୍ପ ଓ ଭିମରାଜୁ ପେଟ୍ରୋଲ ପମ୍ପ ଏବଂ ବନଦୁର୍ଗା ଠାରେ ଟ୍ରକ୍ ସବୁ ଅଟକା ଯାଇ ନୋ ଏଣ୍ଟ୍ରି ସମୟ ରେ ଛଡାଗଲେ ସାଧାରଣ ଜନତାଙ୍କ ଜୀଵନ ଯାତ୍ରା ସୁରକ୍ଷିତ ହୋଇ ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଦାଵି ହେଉଛି। ଏହା ଏସ୍ ଡି ପି ଓ ଶ୍ରୀ ସାହୁ ଓ ଆଇ ଆଇ ସି ଶ୍ରୀମତୀ ସାହୁ ଙ୍କ ଦ୍ଵାରା ଏହା କାର୍ଯ୍ୟକାରୀ ହୋଇପାରିଵ ବୋଲି ମୁନିଗୁଡା ର ସାମ୍ବାଦିକ ଓ ଜନସାଧାରଣ ଆଶା ପୋଷଣ କରିଛନ୍ତି ।