
ବ୍ରହ୍ମପୁର,୨୭/୦୨/୨୧ (ଜିଲ୍ଲା ଖଵର) : ଗଞ୍ଜାମ ଜିଲ୍ଲା ଚାମ୍ବର ଅଫ କମର୍ସ ପୂର୍ବରୁ ଘୋଷଣା ମୁତାବକ ଆଜି ସର୍ବ ଭାରତୀୟ ବ୍ୟବସାୟ ବନ୍ଦ କରାଯାଇଛି । ଆଜି ଗଞ୍ଜାମ ଚାମ୍ବର ଅଫ କମର୍ଶ ଅଫିସ ଠାରୁ ବାଇକ ରାଲି କରି ବ୍ରହ୍ମପୁର ସହର ପରୀକ୍ରମା କରି ବନ୍ଦ କୁ ସଫଳ କରିବା ପାଇଁ ଆହ୍ୱାନ କରିଥିଲେ । ବ୍ୟବସାୟ ପ୍ରତିଷ୍ଠାନରେ ସହଜ ସୁବିଧା ପାଇଁ ଜିଏସଟି କୁ ଲାଗୁ କରିଥିଲେ କେନ୍ଦ୍ର ସରକାର । ସରକାର ଗୋଟିଏ ରାଷ୍ଟ୍ର ଗୋଟିଏ ଟିକସର ପ୍ରତିଶ୍ରୁତି ଦେଇ ସରଳ ଟିକସ ପ୍ରଣାଳୀ କରିବା ପରିବର୍ତ୍ତେ ଜଟିଳ କରିଦେଲେ ସଂଶୋଧୂତ ରିଟର୍ଣ୍ଣ ଦାଖଲ କରିବାର ସୁବିଧା ଦିଆଯାଉନାହିଁ । ନୂତନ ବ୍ୟବସ୍ଥାରେ କରାଯାଇଥିବା ଲେଟଫି , ପେନାଲ ଟି ସୁଧ ଆଦିର ମାତ୍ର ଅତି ପରିମାଣରେ ଯନ୍ତ୍ରଣା ଦାୟକ ରହୁଛି । ଏହାର ପ୍ରତିବାଦରେ ଏକ ସରଳ କର ପ୍ରଣାଳୀର ପ୍ରଚଳନର ଦାବିରେ ଆଜି ସମଗ୍ର ଭାରତ ବର୍ଷର ବ୍ୟବସାୟ ବନ୍ଦର ଆହ୍ବାନ ଦିଆଯାଇଛି । ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ୟବସାୟୀ ସଂଘର ସଦସ୍ୟ ବନ୍ଦ କୁ ସଫଳ ସକାଶେ ସହର ସାରା ଘୁରି ବୁଲିଥିଲେ । ରେଶମ ସହର ରେ ପେଟ୍ରୋଲ ପମ୍ପ ସମେତ ବହୁ ବାଣିଜ୍ୟ ଅନୁଷ୍ଠାନ ଭାରତୀୟ ବ୍ୟବସାୟ ବନ୍ଦ କୁ ସମର୍ଥନ କରି ନିଜ ନିଜର ଦକାନ ବଜାର ବନ୍ଦ କରିଥିବା ଦେଖିବାକୁ ମିଳିଥିଲା । ଓଡ଼ିଶା ବ୍ୟବସାୟୀ ମହା ସଂଘର ସଭାପତି ସି.ଏଚ ରବୀନ୍ଦ୍ର ନାଥ ଙ୍କ ନିର୍ଦ୍ଦେଶ ରେ ଗଞ୍ଜାମ ଜିଲ୍ଲା ଚାମ୍ବର ଅଫ କମର୍ସ ର ସଭାପତି ଭି ସନ୍ତୋଷ କୁମାର ନେତୃତ୍ଵ ରେ ବ୍ରହ୍ମପୁର ରେ ବନ୍ଦ ସଫଳ ଥିବା ଦେଖିବାକୁ ମିଳିଥିଲା ।





