
ବ୍ରହ୍ମପୁର, ୨୭/୦୨/୨୧ (ଜିଲ୍ଲା ଖଵର) : ବ୍ରହ୍ମପୁର ପୁଲିସ ଗତ କିଛି ଦିନର ବ୍ୟବଧାନ ପରେ ପୁଣି ଆଇପିଏଲ୍ ବେଟିଂର ମୂଳକୁ ଯାଇ ତଦନ୍ତ କରିବାରେ ଆଉ ଏକ ପୁଣି ସଫଳତା ମିଳିଛି । ଆଇପିଏଲ ବେଟିଂ ରେ ଦକ୍ଷିଣ ଓଡ଼ିଶାର ଅନ୍ୟତମ ମୂଳ ଚେର କୁହାଯାଉଥିବା ଅଭିଯୁକ୍ତକୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । ମାମଲାର ମୁଖ୍ୟ ଅଭିଯୁକ୍ତ ବା ଅନ୍ତରାଜ୍ୟ ଷ୍ଟକିଷ୍ଟ୍ କୁହାଯାଉଥିବା ଦିନେଶ କୁମାର ରାଠୀଙ୍କୁ (୪୬) ଗତ ୨୪ ତାରିଖରେ କୋଲତାରର ଶୋଭାରାମ୍ ବାସାକ୍ ସାହିରୁ ଗିରଫ କରିଛି ଗୋଶାଣିନୁଆଁ ପୁଲିସ । ଦିନେଶ ଚଳାଉଥିବା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଥିବା ୭୨ଲକ୍ଷ ୯୬ ହଜାର ଟଙ୍କା ସହ ମୋବାଇଲ,ସିମ୍ କାର୍ଡ, ଲାପଟପ୍ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଏହାସହ ବ୍ୟବହାର କରୁଥିବା ମୋବାଇଲ ହ୍ୟାଣ୍ଡସେଟର ସ୍କ୍ରିନ ସଟ୍ କୁ ଆଧାର କରି ବ୍ୟାଙ୍କ ଆକାଉଣ୍ଟ ରେ ଥିବା ମୋଟ ୫କୋଟି ୨୯ଲକ୍ଷ ୨୬ ହଜାର ଟଙ୍କାର ସୂଚନା ମିଳିବା ପରେ ସିଜ କରାଯାଇଥିବା ସାମ୍ବାଦିକ ସମ୍ମିଳିନୀରେ ବ୍ରହ୍ମପୁର ଏସ୍.ପି ପିନାକ୍ ମିଶ୍ର ସୂଚନା ଦେଇଛନ୍ତି । ତେବେ ଏହି କାରବାରରେ ସଂଶ୍ଲିଷ୍ଟ ଅଭିଯୁକ୍ତ ବିଷୟରେ କୌଣସି ସୂତ୍ରରୁ ଖବର ପାଇ ଆଇପିଏଲ୍ ବେଟିଂ ର ମୁଖ୍ୟ ଦିନେଶଙ୍କୁ କୋଲତାରର ଶୋଭାରାମ୍ ବାସାକ୍ ସାହି ରୁ ଗୋଶାଣିନୁଆଗାଁ ପୋଲିସ ଓ ସାଇବର ସେଲ୍ ମୋବାଇଲ ଟ୍ରାକିଂ କରିଥିଲା । ପରେ ଦିନେଶ କୋଲକାତାର ଶୋଭାରାମ୍ ବାସାକ୍ ସାହିରେ ଥିବା ଜାଣିବାକୁ ପାଇଥିଲେ । ଅଭିଯୁକ୍ତକୁ ଗିରଫ କରିବା ନିମନ୍ତେ ବ୍ରହ୍ମପୁର ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ସାଇବର ସେଲ୍ ର ଅଧିକାରୀ ଅକ୍ଷୟ କୁମାର ନାୟକ ଓ ଗୋଶାଣିନୁଆଗାଁ ଥାନା ଅଧିକାରୀ ସୁମିତ୍ ସୋରେନଙ୍କ ନେତୃତ୍ୱରେ ଟିମ୍ କୋଲତାର ଠାରେ ପହଞ୍ଚିଥିଲା । ସ୍ତାନୀୟ ପୋଲିସ ସହାୟତାରେ ମୋବାଇଲ ଟ୍ରାକିଂ କରି ଦିନେଶ କୁମାର ରାଠୀଙ୍କୁ ପୋଲିସ ଗିରଫ କରିଥିଲା । କୋର୍ଟ ନିର୍ଦ୍ଦେଶ ପ୍ରକାରେ ଗୁରୁବାର ଅଭିଯୁକ୍ତ ରାକେଶକୁ ସ୍ଥାନୀୟ ସିଏମ୍ଏମ୍ କୋର୍ଟରେ ହାଜର କରି ଷ୍ଟାଜିକ୍ ରିମାଣ୍ଡରେ ଆଣିଥିଲା ଗୋଶାଣିନୁଆଗାଁ ପୋଲିସ । ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ମାସରେ ଆଇପିଏଲ ଚାଲିଥିବା ବେଳେ ଦକ୍ଷିଣ ଓଡ଼ିଶାରେ ବେଟିଂ ଚଳାଇଥିବା ବ୍ରହ୍ମପୁରର ବୁକି ଲାଲୀ ଆଚାରୀକୁ ଗୋସାଇଁନୂଆଗାଁ ଥାନା ପୁଲିସ ଗିରଫ କରିଥିଲା । ଲାଲୀକୁ ପଚରା ଉଚରା କରି ତା ଠାରୁ ମିଳିଥିବା ତଥ୍ୟ ଆଧାରରେ ଜଣ ପରେ ଜଣେ ଏହି ମାମଲାରେ ପୂର୍ବରୁ ୭ ଜଣ ବୁକି ଓ ଏଜେଣ୍ଟକୁ ବ୍ରହ୍ମପୁର ପୋଲିସ ଆଇପିଏଲ ବେଟିଂ ମାଷ୍ଟରମାଇଣ୍ଡ ଆର୍.ଲାଲି ଆଚାରୀ ଓ ସହଯୋଗୀ କେ.ପ୍ରଶାନ୍ତ କୁମାର ସୁବୁଦ୍ଧି, ଭିଶାଲ ଅଗ୍ରୱାଲ, ଅଜୟ କୁମାର ପଣ୍ଡା, ସଂଜୀତ କୁମାର ବେହେରା, ଅଜିତ କୁମାର ବରାଡ଼ ଅରଫ୍ ବାଦଲଙ୍କୁ ଗିରଫ କରିସାରିଥିଲା । ତେବେ ଆଇପିଏଲ ଭଳି ବେଆଇନ ଟଙ୍କା କାରବରର ମୂଳରେ ପହଞ୍ଚିବାକୁ ପୋଲିସ ପ୍ରୟାସ ଜାରି ରଖିଛି । ତେବେ ଆଜି ଦିନେଶକୁ ବ୍ରହ୍ମପୁର ଏସ୍.ଡ଼ି.ଜେ.ଏମ୍ କୋର୍ଟରେ ହଜାର କରାଯାଇ ଅଧିକ ତଦନ୍ତ ପାଇଁ ତିନିଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍.ପି ପିନାକ୍ ମିଶ୍ର |
କୁନା ମିଶ୍ର ବ୍ରହ୍ମପୁର



