Thursday, November 12, 2026
Home ଆଞ୍ଚଳିକ ଜଟଣୀ ହସ୍ପିଟାଲ ପକ୍ଷରୁ ଯକ୍ଷ୍ମା ସଚେତନତା ଖବରଦାତା ସମ୍ମିଳନୀ

ଜଟଣୀ ହସ୍ପିଟାଲ ପକ୍ଷରୁ ଯକ୍ଷ୍ମା ସଚେତନତା ଖବରଦାତା ସମ୍ମିଳନୀ

111

ଜଟଣୀ,୨୬/୦୨(ଜିଲ୍ଲା ଖବର) : ଜଟଣୀ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ସଭାଗୃହଠାରେ ଏକ ଯକ୍ଷ୍ମା ସଚେତନତା ଖବରଦାତା ସମ୍ମିଳନୀ ମେଡିକାଲ ସୁପରିଟେଣ୍ଡେଂଟ ଯିତେନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି । ଏଥିରେ ଜଟଣୀ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ ଯକ୍ଷ୍ମାତଦାରଖ ଅଧିକାରୀ ଚୈାଧୁରୀ ପ୍ରଜ୍ଞାଜ୍ୟୋତି ସ୍ୱାଇଁ, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର(ଏନଏଚଏନ) କଲ୍ୟାଣୀ ସାହୁ, ଯକ୍ଷ୍ମାରୋଗ କଲ୍ୟାଣ ଜିଲା ସଂଯୋଜକ ମନୋରଂଜନ ପାତ୍ର ପ୍ରମୁଖ ଯୋଗଦେଇ ସେମାନଙ୍କର ମତବ୍ୟକ୍ତ କରିଥିଲେ । ଆସନ୍ତା ୨୦୨୫ ମସିହା ସୁଧା ଯକ୍ଷ୍ମାରୋଗର ମୂଳୋତ୍ପଟନ କରିବାର ଲକ୍ଷ୍ୟ ରଖାଯାଇଥିବା କୁହାଯାଇଛି । ଏହି ଯକ୍ଷ୍ମାରୋଗରେ ଜଟଣୀ ଅଂଚଳରେ ୧୦ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ୭୫ଜଣ ଏବେ ମଧ୍ୟ ଚିକିତ୍ସାଧୀନ ରହିଛନ୍ତି । ଗତ ୨୦୧୯ ମସିହାରେ ୨୩୭୮ଜଣ ଯକ୍ଷ୍ମାଜନିତ ପରୀକ୍ଷା କରାଇଥିଲେ । ସେଥି ମଧ୍ୟରୁ ୩୬ଜଣ ଯକ୍ଷ୍ମାରୋଗରେ ଆକ୍ରାନ୍ତ ହୋଇଥିବା ରିପୋର୍ଟରୁ ଜଣାଯାଇଛି । ଏଥି ସହିତ ସେହିବର୍ଷ ୨୧୩ଜଣ ଚିକିତ୍ସାଧୀନ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮୪ ଜଣ ଆରୋଗ୍ୟ ହୋଇଥିଲେ । ମାତ୍ର ବିଭିନ୍ନ କାରଣ ବସତଃ ସେହିବର୍ଷ ୪ଜଣ ଚିକିତ୍ସା କରାଇନଥିବା ବେଳେ ୩ଜଣ ଚିକିତ୍ସାରେ ସଫଳ ହୋଇଥିଲେ । ଏତେ ସଂଖ୍ୟକ ଯକ୍ଷ୍ମାରୋଗରେ ଆକ୍ରାନ୍ତ ହେବାପରେ ସେଥି ମଧ୍ୟରୁ ଜଣେ ଅଧିକ ଚିକିତ୍ସାଲାଗି ଅନ୍ୟ ହସ୍ପିଟାଲକୁ ଯାଇଥିଲେ ଏବଂ ଜଣେ ରାଜ୍ୟ ବାହାରକୁ ଯାଇଥିବା ତଦନ୍ତ ରିପୋର୍ଟରୁ ଜଣାପଡିଛି ବୋଲି କୁହାଯାଇଛି । ସେହିକ୍ରମରେ ୨୦୨୦ ମସିହାରେ ୩୮୧୩ ଜଣ ଯକ୍ଷ୍ମାଜନିତ ପରୀକ୍ଷା କରାଇବାପରେ ସେଥିମଧ୍ୟରୁ ୪୭ଜଣ ପଜିଟିଭ ହୋଇଥିଲେ । ମାତ୍ର ଏନେଇ ୧୩୯ଜଣ ଚିକିତ୍ସାଧିନ ପାଇଁ ଯାଇଥିଲା ବେଳେ ସେଥିରେ ୭୦ଜଣ ଆରୋଗ୍ୟ ହୋଇଥିଲେ । ସେହିପରି ୪ଜଣ ଅଧିକ ଚିକିତ୍ସାଲାଗି ଅନ୍ୟ ହସ୍ପିଟାଲକୁ ଯାଇଥିବା ବେଳେ ଜଣେ ରାଜ୍ୟ ବାହାରକୁ ପଳାଇଥିଲେ । କିନ୍ତୁ ଏଥିପାଇଁ କେନ୍ଦ୍ର ଓ ରାଜ୍ୟସରକାର ଲୋକମାନଙ୍କୁ ସଚେତନତା କରାଇବାଲାଗି ସ୍ୱାସ୍ଥ୍ୟକର୍ମଚାରୀମାନଙ୍କୁ ବିଭିନ୍ନ ଯୋଜନା ଯୋଗାଇଦେଇଥିଲେ । ତେଣୁ କେତେକାଂଶରେ ଏହା ନିୟନ୍ତ୍ରଣାଧିନ ଅବସ୍ଥାକୁ ଆସିଥିଲା । ତେବେ ଚଳିତବର୍ଷ ଅର୍ଥାତ ୨୦୨୧ ମସିହାରେ ଲୋକମାନେ ନିଜକୁନିଜେ ସଚେତନ ହୋଇଥିଲେ । ତେଣୁ ଯକ୍ଷ୍ମାରୋଗକୁ ହରାଇବା ଲକ୍ଷ୍ୟରଖି ୧୦୯୪ଜଣ ଯକ୍ଷ୍ମାପରୀକ୍ଷା କରାଇଥିଲେ । ସେଥିରେ ୫ଜଣ ପଜିଟିଭ ହୋଇଥିବା ବେଳେ ୬ଜଣ ଚିକିତ୍ସାଲାଗି ଯାଇଥିଲେ । ଅନ୍ୟପକ୍ଷରେ ଯକ୍ଷ୍ମାରୋଗ ୨ପ୍ରକାରର ହୋଇଥାଏ । ପ୍ରଥମଟି ଫୁସଫୁସ ଜନିତ ଅନ୍ୟଟି ବାହ୍ୟ ଫୁସଫୁସ ଜନିତ ହୋଇଥାଏ । ପ୍ରତ୍ୟେକ ସରକାରୀ ଡାକ୍ତରଖାନାରେ କଫ ସଂଗ୍ରହ କେନ୍ଦ୍ରରେ କଫଆଣି ବିନା ମୂଲ୍ୟରେ ପରୀକ୍ଷା କରାଇପାରିବେ । ସେଥିପାଇଁ ଜଟଣୀର ଜଟଣୀଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର, ଜାଂଆଳା ଓ ପୁର୍ବତଟ ରେଳପଥ ଡାକ୍ତରଖାନାରେ ଉଚ୍ଚମାନର ପରୀକ୍ଷା ବ୍ୟବସ୍ଥା ରହିଛି । ଯଦି କୈାଣସି ବ୍ୟକ୍ତିକୁ ଫୁସଫୁସ ଜନିତ ଯକ୍ଷ୍ମାହୋଇଥାଏ ,ତେବେ ତୁରନ୍ତ ସେହିଘରେ ରହୁଥିବା ପରିବାରର ସମସ୍ତଙ୍କ କଫ ପରୀକ୍ଷା କରାଇନେବା ଉଚିତ ବୋଲି କୁହାଯାଇଛି ।

ରୀପୋର୍ଟ ,ସଞ୍ଜୀବ କୁମାର