Tuesday, November 17, 2026
Home ଆଞ୍ଚଳିକ ବେଗୁନିଆପଡା ରେ ଭାରତ ବନ୍ଦ ର ପ୍ରଭାବ

ବେଗୁନିଆପଡା ରେ ଭାରତ ବନ୍ଦ ର ପ୍ରଭାବ

27

ବେଗୁନିଆପଡା,୨୬/୦୨(ଦେବାଶିଷ ମହାରଣା) : ଦେଶବ୍ୟାପୀ ୮ କୋଟିରୁ ଅଧିକ ବ୍ୟବସାୟୀ ଦ୍ରବ୍ୟ ଓ ସେବାକର (ଜିଏସ୍‌ଟି)ରେ ସଂଶୋଧନ ଲାଗି ଶୁକ୍ରବାର ଭାରତ ବନ୍ଦ ଆହ୍ୱାନ ଦେଇଛନ୍ତି ।ଏହି ନିଷ୍ପତ୍ତିକୁ ସମର୍ଥନ ଜଣାଇ ପରିବହନ ସଂଗଠନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଚକା ଜାମ କରିବାକୁ ଘୋଷଣା କରିଛନ୍ତି ।  ଜିଏସ୍‌ଟି ଏବଂ ଇ-ୱେ ବିଲ୍ ଭଳି ଏକାଧିକ ପ୍ରସଙ୍ଗକୁ ବିରୋଧ କିରି ସର୍ବ ଭାରତୀୟ ବ୍ୟବସାୟ ଟ୍ରେଡ଼ ଇଉନିଅନ ପକ୍ଷରୁ ସାରା ଦେଶରେ ଦୋକାନ,ବଜାର, ସରକାରୀ,ବେସରକାରୀ ସଂସ୍ଥା,ବ୍ୟବସାୟ ପ୍ରତିଷ୍ଠାନ ସମେତ ଯାନବାହନ ଚଳାଚଳ ବନ୍ଦ ପାଇଁ ଡାକରା ଦିଆଯାଇଛି। ଯାହା ଫଳରେ ଗଞ୍ଜାମ ଜିଲ୍ଲାର ବେଗୁନିଆପଡା,କୋଦଳା ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବେଗୁନିଆପଡା ବଜାର ରେ ପ୍ରଚାର ଗାଡି ମାଧ୍ୟମରେ ବଜାର ବନ୍ଦ ନେଇ ପ୍ରଚାର ଜାରୀ ଥିବାବେଳେ ବଜାର ସମ୍ପୂର୍ଣ ବନ୍ଦ ଥିବା ଦେଖିବାକୁ ମିଳିଛି |କୋଦଳା ରେ ଏହି ବନ୍ଦ ର ଆଂଶିକ ପ୍ରଭାବ ପଡ଼ିଥିବା ବେଳେ ହାତ ଗଣତି କିଛି ପ୍ରତିଷ୍ଠିତ ବ୍ୟବସାୟିକ ଅନୁଷ୍ଠାନ ଓ ପ୍ରମୁଖ ବଜାର ମାନଙ୍କରେ ଦୋକାନ ବନ୍ଦ ଅଛି। କିନ୍ତୁ କାର, ଅଟୋ, ବାଇକ ଇତ୍ୟାଦି ଯାଆଆସ କରୁଛି। ସେହିଭଳି ସରକାରି ଅଫିସ ଗୁଡିକ ଖୋଲାଥିଲେ ମଧ୍ୟ ଜନଗହଳି ଦେଖିବାକି ମିଳିନଥିଲା ।