Home ଅପରାଧ ସାଇକେଲ ଚୋରିକୁ ନେଇ ହଣାକଟା

ସାଇକେଲ ଚୋରିକୁ ନେଇ ହଣାକଟା

15

ଢେଙ୍କାନଳ ୨୬/୦୨/୨୧ (ଜିଲ୍ଲା ଖବର) : ସାଇକେଲ ଚୋରିକୁ ନେଇ ହଣାକଟା l ଢେଙ୍କାନାଳ କାମାକ୍ଷାନଗର ଥାନା ବାଇସିଙ୍ଗା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି l ବାଇସିଙ୍ଗା ଗ୍ରାମ ରଗଡିସାହିର ଚରଣନାୟକଙ୍କ ଘରୁ ବିଳମ୍ବିତ ରାତିରେ ସେହି ଗ୍ରାମର ବାଦଲନାୟକ ସାଇକେଲ ଚୋରି କରିଥିଲା l ଯାହାକୁ ନେଇ ଆଜି ସକାଳୁ ବାଦଲକୁ ସାଇକେଲ ଚୋର ବିଷୟରେ ପଚାରିଥିଲେ । ଏଥିରେ ବାଦଲ ହଠାତ ଉତକ୍ଷିପ୍ତ ହୋଇ ପାଖରେ ଥିବା ଏକ ଟାଙ୍ଗିଆରେ ଚରଣଙ୍କୁ ଆକ୍ରମଣ କରିଥିଲା ।  ଫଳରେ ଚରଣଙ୍କ ବେକରେ ଆଗାତ ଲାଗି ସେ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ  କାମାକ୍ଷାନଗର ମେଡିକାଲ ରେ ଭର୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ  ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି । ଏ ବିଷୟରେ ଖବର ପାଇ କାମାକ୍ଷାନଗର ପୋଲିସ ମେଡିକାଲରେ ପହଞ୍ଚି ଟାଙ୍ଗିଆ କୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।