
ବ୍ରହ୍ମପୁର ୨୬/୦୨/୨୧ (ଜିଲ୍ଲା ଖବର) : ବ୍ରହ୍ମପୁର ଫାଷ୍ଟ ଗେଟ ନିକଟରେ ପଡିରହିଛି ମୃତଦେହ। ମୃତଦେହ ପଡ଼ିବାର ପ୍ରାୟ ତିନିଘଣ୍ଟା ପରେ ମିଳିଛି ଯୁବକଙ୍କ ପରିଚୟ । ମୃତକ ଜଣକ ହେଲେ ହିଂଜିଳି ଥାନା ଅନ୍ତର୍ଗତ ଦୁର୍ଗା ଚରଣ ପଣ୍ଡା। ସେ ଘର ଭଡ଼ା ନେଇ ବ୍ରହ୍ମପୁର ପାଣିଗ୍ରାହି ପେଣ୍ଠ ସାହିରେ ରହୁଥିଲେ। ଘଟଣା ସ୍ଥଳରେ ପୋଲିସ ଛାନଭିନ ଆରମ୍ଭ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।


