
ଜଟଣୀ,୨୫/୦୨(ଜିଲ୍ଲା ଖବର) : ରାଜ୍ୟରେ କରୋନାର ବୃଦ୍ଧିପାଇବାରେ ଲାଗିଛି ଏନେଇ ସରକାର, ଜିଲା ଓ ବ୍ଲକସ୍ତରରେ ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ କରୋନା ସଚେତନତା ସମୀକ୍ଷା ବୈଠକ ଭିଡିଓ କନଫ୍ରେନ୍ସି ମାଧ୍ୟମରେ ଆୟୋଜନ କରାଯାଇଛିି । ଏଥିରେ ନିର୍ବାଚିତ ଲୋକପ୍ରତିନିଧୀ ତଥା ସରପଞ୍ଚ ମାନଙ୍କୁ କରୋନା ସଚେତନତାର ମହାମନ୍ତ୍ର ପ୍ରଦାନ କରାଯାଇଥିଲା । ଏହି ପ୍ରରିପ୍ରେକ୍ଷୀରେ ଗୁରୁବାର ଜଟଣୀ ବ୍ଲକକାର୍ଯ୍ୟାଳୟ ସଭାଗୃହରେ ଭୂବନେଶ୍ୱର ଉପଜିଲାପାଳ ଦେବବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ କୋଭିଡ କଟକଣା ମଧ୍ୟରେ ବ୍ଲକର ସରପଞ୍ଚ ମାନଙ୍କୁ ନେଇ ଆୟୋଜନ କରାଯାଇଥିଲା । ବିଡିଓ ସରୋଜ କୁମାର ରାଉତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ
ଗ୍ରାମାଞ୍ଚଳରେ ସାଧାରଣ ଲୋକମାନଙ୍କୁ କିପରି କରୋନା ସଂକ୍ରମଣରୁ ସୁରକ୍ଷୀତ ରଖାଯାଇ ପାରିବ ସେନେଇ ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ପଞ୍ଚାୟତର ସମସ୍ତ ଗ୍ରାମାଞ୍ଚଳରେ ଡାକବାଜିଯନ୍ତ୍ର ମାଧ୍ୟମରେ ଲୋକମାନଙ୍କୁ ସାମାଜିକ ଦୁରତା ବଜାୟ ରଖିବା, ମାସ୍କ ପରିଧାନ ଓ ସାନିଟାଇଜର ବ୍ୟବହୃତ ଇତ୍ୟାଦି ସତର୍କତା ଅବଲମ୍ବନ ସମନ୍ଧରେ ଅବଗତ କରାଇବେ । ଏଥି ସହିତ ଅନ୍ୟରାଜ୍ୟରୁ ଆସୁଥିବା ଲୋକମାନଙ୍କୁ ଗ୍ରାମରେ ପ୍ରବେଶକୁ ନେଇ ବିଭିନ୍ନ ସଚେତନତା ଏବଂ ଅନୁପ୍ରବେଶ ଉପରେ କଟକଣା ଜାରି କରିବା ସହିତ ସଚେତନତା ପ୍ରଦାନ କରାଯାଇଥିଲା ।
ରୀପୋର୍ଟ , ସଞ୍ଜୀବ କୁମାର


