
ବେଲଗୁଣ୍ଠା,୨୫/୦୨(ଜିଲ୍ଲା ଖବର) : ଗତ କାଲି 80 ବର୍ଷ ବୟସରେ ମୃତ୍ୟୁ ବରଣ କରିଥିବା ବିଶିଷ୍ଟ ଶିକ୍ଷାବିତ୍, ସାହିତ୍ୟିକ ତଥା ନାଟଙ୍ଗା ସ୍ଥିତ ନିର୍ଭର ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ରାମେଶ୍ୱର ଗୌଡ଼ଙ୍କ ସ୍ମୃତିରେ ଆଜି ନାଟଙ୍ଗା ସ୍ଥିତ ନିର୍ଭର ଅନୁଷ୍ଠାନରେ ଏକ ଶୋକ ସଭା ପାଳିତ ହୋଇଯାଇଛି I ସଭାପତି ରାଜେନ୍ଦ୍ର ପ୍ରସାଦ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ନାଟଙ୍ଗା ସରପଞ୍ଚ ପ୍ରହଲ୍ଲାଦ ଲେଙ୍କା, ନିର୍ଭର ଅନୁଷ୍ଠାନ ସମ୍ପାଦକ ଦୁର୍ଗା ମାଧବ ମିଶ୍ର, ପ୍ରଧାନ ଶିକ୍ଷକ ବିଦେଶୀ ସାମଲ୍, ବୈଦ୍ୟନାଥ ତ୍ରିପାଠି, ବିପିନ ବିହାରୀ ପଣ୍ଡା, ଅଭିମନ୍ୟୁ ପଣ୍ଡା, ଶୁଶାନ୍ତ କୁମାର ଲେଙ୍କା,ପ୍ରବୀଣ କୁମାର ସ୍ୱାଇଁ, ରାଜଲକ୍ଷ୍ମୀ ଗୌଡ଼, ସ୍ନେହମୟୀ ଗୌଡ, ଜ୍ଯୋତିର୍ମୟୀ ଗୌଡ଼, ଚିନ୍ମୟୀ ପାତ୍ର, ପ୍ରିୟଙ୍କା ପାତ୍ର, ଲୀଲୀ ବାଡତ୍ଯା ଏବଂ ଶ୍ୱେତା ନାୟକ ପ୍ରମୁଖ ଉପସ୍ଥିତ ରହି ସ୍ଵର୍ଗତ ଗୌଡ଼ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦୁଇ ମିନଟ୍ ନୀରବ ପ୍ରାର୍ଥନା କରିଥିଲେ I ସରପଞ୍ଚ ଶ୍ରୀ ଲେଙ୍କା ସ୍ଵର୍ଗତ ଗୌଡ଼ଙ୍କ ନିମିତ୍ତ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କର ବିୟୋଗ ଅଞ୍ଚଳର ଶିକ୍ଷା ଏବଂ ସାହିତ୍ୟ ପାଇଁ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିବ ବୋଲି ପ୍ରକାଶ କରିଥିଲେ I ଅନ୍ୟମାନେ ସ୍ଵର୍ଗତ ଗୌଡ଼ଙ୍କ ବିଭିନ୍ନ ଜନ ହିତକର ସମାଜ ସଂସ୍କାରମୂଳକ କାର୍ଯ୍ୟ, ସାହିତ୍ୟ କୃତି ସମ୍ପର୍କରେ ଆଲୋଚନା କରିବା ସହ ସ୍ମୃତି ଚାରଣ କରିଥିଲେ I


