
ଜଟଣୀ,୨୫/୦୨(ଜିଲ୍ଲା ଖବର) : ମହାମାରୀ କରୋନା ସଂକ୍ରମଣର ମୁକାବିଲା କରୁଥିବା ଜଟଣୀ ପୈାରପରିଷଦର ଶତାଧୀକ କୋଭିଡ ଯୋଦ୍ଧାଙ୍କୁ ଗୁରୁବାର କରୋନା ଟିକା ପ୍ରଦାନ କରାଯାଇଛି । ଜଟଣୀ ପୈାରପରିଷଦର କାର୍ଯ୍ୟରତ ସ୍ୱଛସାଥୀ, ସଫେଇ କର୍ମଚାରୀ,ସୁପରଭାଇଜର ଏବଂ କର୍ମଚାରୀମାନଙ୍କୁ ଆଜି ସ୍ଥାନୀୟ ଟାଉନହଲ (ସ୍ରଷ୍ଟା)ଠାରେ କରୋନାଟିକା ପ୍ରଦାନ କରାଯାଇଛି । ଏଥିରେ ୨୭୩ଜଣ ପଜିଂକୃତ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଆଜି ୧୦୦ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ଏହିଟିକା ପ୍ରଦାନ କରାଯାଇଛି । ଜଟଣୀ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରର ଭ୍ୟାକସିନ ଟିମଦ୍ୱାରା ଆଜି ଏହି ଟିକାକରଣ କରାଯାଇଥିଲା ।
ରୀପୋର୍ଟ , ସଞ୍ଜୀବ କୁମାର






