
ଜଟଣୀ,୨୫/୦୨(ଜିଲ୍ଲା ଖବର) : ଜଟଣୀ ପୈାରପରିଷଦ ଅଧିନରେ କାର୍ଯ୍ୟରତ ଅସ୍ଥାୟୀ ସଫେଇ କର୍ମଚାରୀମାନଙ୍କ ଇପିଏଫ ଓ ଇଏସଆଇ ଓ ମାସିକ ବେତନ ଦେବାରେ ବ୍ୟତିକ୍ରମ ହୋଇଆସୁଛି । ତେବେ ଠିକା ସଂସ୍ଥା ମାଧ୍ୟମରେ କାର୍ଯ୍ୟକରିଆସୁଥିବା ଏହି କର୍ମଚାରୀମାନଙ୍କୁ ପ୍ରତ୍ୟେକ ମାସରେ ବେତନ ଦେବାରେ ବ୍ୟତିକ୍ରମ ଏବଂ ଇପିଏଫ ଓ ଇଏସଆଇ ଇତ୍ୟାଦି ବେତନରୁ କଟୁଥିଲେ ମଧ୍ୟ ସେମାନଙ୍କ ଆକାଉଂଟକୁ ଯାଉନାହିଁ । ଫଳରେ ସେମାନଙ୍କ ଭବିଷ୍ୟତ ଅନ୍ଧକାରମୟ ହେବାକୁ ଯାଉଛି ବୋଲି କହିଛନ୍ତି । ତେବେ ଏନେଇ ବର୍ଷବର୍ଷରୁ ଏହି ସମସ୍ୟା ଲାଗି ରହିଥିବା ବେଳେ ପରିମଳ ଏବଂ ସ୍ୱଛତାକୁ ନେଇ ଜଟଣୀବାସୀ ଅଣନିଶ୍ୱାସୀ ହୋଇଗଲେଣି । ଏନେଇ ବିଭିନ୍ନ ସମୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଉଛି । ଅନ୍ୟପକ୍ଷରେ ବିଗତ ଦିନରେ ଏହିପରି ଅନେକଥର କାର୍ଯ୍ୟବନ୍ଦ ହୋଇ ଆନ୍ଦୋଳନ ହେବା ସହିତ ଜଟଣୀଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିବା ଭଳି ଘଟଣା ଉପୁଜିଥିଲା । ହେଲେ ଏହାର କୈାଣସି ପ୍ରତିକାର ହେଲା ନାହିଁ । ତେବେ ୨୦୨୦ ମସିହା ନଭେମ୍ବର ୧୧ ତାରିଖରେ ଏହିଭଳି ଘଟଣା ଘଟିବାପରେ ପୈାରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସେମାନଙ୍କ ସମସ୍ତ ପ୍ରାପ୍ୟ ଯଥାଶିଘ୍ର ତୁଟାଇବେ ବୋଲି ପ୍ରତିଶୃତି ଦେଇଥିଲେ । ହେଲେ ତାହା ମଧ୍ୟ କାର୍ଯ୍ୟକାରୀ କଲେ ନାହିଁ । ତେଣୁ ଆଜି ବାଧ୍ୟ ହୋଇ ଶତାଧିକ ଅସ୍ଥାୟୀ ସଫେଇ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ପୈାରକାର୍ଯ୍ୟାଳୟ ସମୁଖରେ ଧାରଣାରେ ବସିଥିଲେ । ଯେଉଁ ପର୍ଯ୍ୟନ୍ତ ସ୍ଥାୟୀ ପ୍ରତିକାର ନ ହୋଇଛି ସେ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି କହିଛନ୍ତି । ମହାମାରୀ କରୋନା ସମୟରେ ଅର୍ଥାଭାବ ଯୋଗୁଁ ପିଏଫରୁ ଟଙ୍କା ଉଠାଣ କରିବାକୁ ଯାଇଥିବା ବେଳେ ଆକାଉଂଟରେ ଟଙ୍କା ନଥିବା ଦେଖିବାକୁ ପାଇଥିଲେ । ଏଥି ମଧ୍ୟରୁ ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଯିବାପରେ ତାଙ୍କ ପରିବାର ଲୋକେ ଆବଶ୍ୟକ ସ୍ଥଳେ ଟଙ୍କା ଉଠାଣ କରିବାକୁ ଯାଇଥିବା ବେଳେ ଆକାଉଂଟ ଖାଲି ପଡିଥିବା ଦେଖି ନିରାଶ ହୋଇ ଘରକୁ ଫେରିଥିଲେ । ମାତ୍ର ଏହି ଟଙ୍କା ପାଇବାଲାଗି ପୈାରପରିଷଦକୁ ଦୈାଡିଦୈାଡି ନୟାନ୍ତ ହୋଇଥିଲେ ସୁଧା କେହି ଶୁଣିନଥିବା କହିଥିଲେ । ମାତ୍ର ବର୍ତମାନ ସମୟରେ ରହିଥିବା ଠିକାଦାର ସୁରେନ୍ଦ୍ର ବାରିକଙ୍କ ସମୟରେ ପିଏଫ ଓ ଇଏସଆଇ ଟଙ୍କା କଟାଯାଇନାହିଁ ବୋଲି ଅଭିଯୋଗରେ କହିଥିଲେ । ଏଥି ସହିତ ପୈାରକାର୍ଯ୍ୟାଳୟ ସମୟରେ ୨ବର୍ଷ ଏବଂ ଠିକାଦାରଙ୍କ ସମୟରେ ୨ବର୍ଷର ମୋଟ ୪ବର୍ଷର ଇଏସଆଇ ଓ ଇପିଏଫ ଆକାଉଂଟରେ ବନ୍ଧାଯାଇନଥିବା କହିଛନ୍ତି । ଅନ୍ୟ ପକ୍ଷରେ ମହାମାରୀ କରୋନା ସମୟରେ ସରକାର ଏମାନଙ୍କ ୬ମାସର ପିଏଫ ଟଙ୍କା ବହନ କରିବାକୁ ନିର୍ଦ୍ଧେଶ ଦେଇଥିବା ବେଳେ ଏହା ମଧ୍ୟ ମିଳୁନାହିଁ । ତେବେ ଏସବୁ ସମସ୍ୟାକୁ ଆଧାରକରି ମଙ୍ଗଳବାର ପୈାରନିର୍ବାହୀଙ୍କୁ ଅବଗତ କରିବାପରେ କୈାଣସି ଫଳପ୍ରଦ ନହେବାରୁ ଗୁରୁବାର କାର୍ଯ୍ୟବନ୍ଦ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଥିବା ଅସ୍ଥାୟୀ ସଫେଇ କର୍ମଚାରୀଙ୍କ ସଭାନେତ୍ରୀ ମାନସୀ ନାଏକ ଓ ସମ୍ପାଦିକା ମଂଜୁ ନାଏକ କହିଛନ୍ତି । ସେ ଆହୁରୀ କହିଛନ୍ତି ଯେ, ଅସ୍ଥାୟୀ ପୈାରସଫେଇ କର୍ମଚାରୀମାନଙ୍କୁ ଠିକାସଂସ୍ଥାରୁ ବାଦଦେଇ ପୈାରକାର୍ଯ୍ୟାଳୟ ସହିତ ସଂଲଗ୍ନ କରନ୍ତୁ ।
ରୀପୋର୍ଟ , ସଞ୍ଜୀବ କୁମାର


