Friday, November 13, 2026
Home ଆଞ୍ଚଳିକ ଅସାବଧାନତା ଯୋଗୁଁ ଘଟିଲା ଅଗ୍ନିକାଣ୍ଡ ।

ଅସାବଧାନତା ଯୋଗୁଁ ଘଟିଲା ଅଗ୍ନିକାଣ୍ଡ ।

74

ବୁଗୁଡା,୨୫/୦୨(ଜିଲ୍ଲା ଖବର) : ଜନସାଧାରଣଙ୍କ ଅସାବଧାନତା ଓ ସଚେତନତା ଅଭାବରୁ ବହୁ କ୍ଷେତ୍ରରେ ବିଭିନ୍ନ ଅଘଟଣ ଘଟିଥିବା ବହୁତ ଦୃଷ୍ଟାନ୍ତ ଥିବାବେଳେ ସେହିପରି ଅସାବଧାନତା ଯୋଗୁଁ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଳକର କରଚୁଲି ଗ୍ରାମର ସରସ୍ୱତୀ ଶିଶୁ ମନ୍ଦିର ପରିସର ସହ ଦୁଇଟି ପାଳଗଦା ଓ କେତେକ ବୃକ୍ଷ ଅଗ୍ନିକାଣ୍ଡରେ ପୋଡି ଯାଇଥିବା ବେଳେ ବୁଗୁଡା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିବା ଯୋଗୁଁ ଏକ ବଡ଼ ଅଘଟଣରୁ ରକ୍ଷା ମିଳିଛି। ଘଟଣାରୁ ଜଣାପଡିଛିଯେ କେହି ବ୍ୟକ୍ତି କରଚୁଲି ଶିଶୁ ମନ୍ଦିର କଡରେ ଥିବା ଅଳିଆ ଗଦାରେ ନିଆଁ ଥିବା ପାଉଁସ ପକାଇ ଦେଇଥିଲେ। ତାହା ଧୀରେ ଧୀରେ ବ୍ୟାପି ଅଳିଆ ଗଦା ହୁ ହୁ ହୋଇ ଜଳିଥିଲା। ଖରା ଯୋଗୁଁ ବିଭିନ୍ନ ଡାଳପତ୍ର ଶୁଖିଲା ଥିବା ସହ ସେହି ସମୟରେ ପବନ ହେଉଥିବା ଯୋଗୁଁ ନିଆଁ ଶିଶୁ ମନ୍ଦିରର ପରିସରକୁ ବ୍ୟାପିବା ସହ ଦୁଇ ଜଣ ଚାଷୀଙ୍କ ପାଳଗଦା ଓ କେତକ ଗଛ ପୋଡି ଯାଇଥିଲା। କେହି ଜଣେ ବ୍ୟକ୍ତି ଏହି ଅଗ୍ନିକାଣ୍ଡ ଦେଖି ଦମକଳ ବାହିନୀକୁ ଖବର ଦେବାପରେ ଅଗ୍ନିଶମ ବିଭାଗ କର୍ମଚାରୀ ବୃନ୍ଦ ପହଞ୍ଚି ନିଆଁ କୁ ଆୟତ କରିଥିଲେ। ଏନେଇ ବୁଗୁଡା ଅଗ୍ନିଶମ ଅଧିକାରୀ ସଞ୍ଜୟ କୁମାର ରାଉତ ନିଜ ପ୍ରତିକ୍ରିୟା ରଖି କହିଥିଲେଯେ କୌଣସି ଲୋକଙ୍କ ଅସାବଧାନତା ଯୋଗୁଁ ଯଦି ଏହି ପ୍ରକାରେ ବିଳମ୍ବିତ ରାତ୍ରରେ ଘଟିଥାନ୍ତ ତେବେ ଧନ ଜୀବନ କ୍ଷତି ଘଟାଇବା ଅସମ୍ଭବ ନୁହେଁ। ଏହିପରି କାରଣ ଯୋଗୁଁ ଖରାଦିନେ ବହୁ ଅଗ୍ନିକାଣ୍ଡ ଘଟିବା ସମ୍ବାବନା ଥିବାବେଳେ ଜନସାଧାରଣ ସମ୍ପୂର୍ଣ୍ଣ ସଚେତନତା ରହିବା ଦରକାର।

ରିପୋର୍ଟ ,ରତ୍ନାକର ମହାରଣା