Thursday, November 12, 2026
Home ଆଞ୍ଚଳିକ ଜୁଆ ଆଡ୍ଡ଼ା ଉପରେ ଚଢ଼ାଉ, ୬ ଗିରଫ, ୧୨,୨୩୦ ଟଙ୍କା ଓ ୧୦ ବାଇକ ଜବତ...

ଜୁଆ ଆଡ୍ଡ଼ା ଉପରେ ଚଢ଼ାଉ, ୬ ଗିରଫ, ୧୨,୨୩୦ ଟଙ୍କା ଓ ୧୦ ବାଇକ ଜବତ ।

27

ବୁଗୁଡା,୨୫/୦୨ (ଜିଲ୍ଲା ଖବର) : ବୁଗୁଡା ଥାନା ଅନ୍ତର୍ଗତ ବୁଦ୍ଧଖୋଲ ପାଦଦେଶରେ ଥିବା ଆମ୍ବିଳିଝର ନିକଟରେ ଜୁଆଖେଳ ହେଉଥିବା ବେଳେ ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରାଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୬ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୨,୨୩୦/- ଟଙ୍କା ଓ ୧୦ ଗୋଟି ବାଇକ ଜବତ କରିଛନ୍ତି। ଫେବୃୟାରୀ ୨୫ ତାରିଖ ଦିନ ସନ୍ଧ୍ୟାରେ ବୁଦ୍ଧଖୋଲ ପାଦଦେଶରେ ଥିବା ଆମ୍ବିଳିଝର ନିକଟରେ ଜୁଆଖେଳ ଚାଲିଥିବା ଆଇଆଇସି ଓ ପୋଲିସ ଫୋର୍ସ ଚଢ଼ାଉ କଲାବେଳେ ଜୁଆଡ଼ିମାନେ ଦୌଡ଼ି ପଳାଉଥିବା ବେଳେ ସେମାନଙ୍କୁ ଗୋଡ଼ାଇ ୬ ଜଣଙ୍କୁ କାବୁ କରି ପୋଲିସ ଥରିଥିବା ବେଳେ ଆଉ କେତେ ଜଣ ଦୌଡ଼ି ଖସି ଚାଲିଯାଇଥିଲେ। ଗିରଫ ୬ ଜଣ ହେଲେ କତକଲା ଗ୍ରାମର ଅଶୋକ ବିଷୋୟୀ, ବୁଗୁଡା ବାଲିପିଣ୍ଡି ସାହିର ରାଜେନ୍ଦ୍ର ପ୍ରଧାନ, ବୁଗୁଡା ଗୋଲାସାହିର ବି କୈଳାଶ ପାତ୍ର, ଲେମ୍ବୁ ବଗିଚାର ଶିବରାମ ସାହୁ, କରଣ ସାହିର ଟୁନା ବେହେରା, ଓ ମଧୁପଲ୍ଲୀ ଗ୍ରାମର ଜୟସେନ ଓଝା। ପୋଲିସ ଦ୍ୱାରା ୧୨,୨୩୦/- ନଗଦ ଟଙ୍କା ସହ ୧୦ ଗୋଟି ବାଇକ ମଧ୍ୟ ଜବତ ହୋଇଛି। ବୁଗୁଡା ଥାନା କେଶ ନମ୍ବର ୭୭/୨୧ ପ୍ରକାରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

ରିପୋର୍ଟ ରତ୍ନାକର ମହାରଣା