
ଭୁବନେଶ୍ୱର,୨୫/୦୨(ଜିଲ୍ଲା ଖବର) : ଆସନ୍ତାକାଲି ଭାରତ ବନ୍ଦ। ବନ୍ଦ ଡାକରା ଦେଇଛି ସର୍ବ ଭାରତୀୟ ବ୍ୟବସାୟୀ ସଙ୍ଘ(CAIT)। ଜିଏସ୍ଟି ବ୍ୟବସ୍ଥାକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ଜିଏସଟି ବ୍ୟବସ୍ଥାର ପୁନଃସମୀକ୍ଷା ଏବଂ ଟ୍ୟାକ୍ସ ସ୍ଲାବ ସରଳୀକରଣ ନେଇ ଦାବି କରିଛି ସଙ୍ଘ । ଜିଏସଟି ଅନୁପାଳନକୁ ସହଜ କରିବା ପାଇଁ ବ୍ୟବସ୍ଥା କରିବାକୁ ମଧ୍ୟ ଦାବି କରିଛି ସଙ୍ଘ। ଏହି ବନ୍ଦ ଡାକରାକୁ ଦେଶବ୍ୟାପୀ ୪୦ ହଜାର ବ୍ୟବସାୟୀ ସଂଘ ସମର୍ଥନ ଜଣାଇଛନ୍ତି । ଅତ୍ୟାବଶ୍ୟକ ସେବା ବ୍ୟତୀତ ଓଡ଼ିଶାରେ ଅନ୍ୟ ବ୍ୟବସାୟୀମାନେ ଆସନ୍ତାକାଲି ଦୋକାନ ବନ୍ଦ ରଖି ସହଯୋଗ କରିବାକୁ ଓଡ଼ିଶା ବ୍ୟବସାୟ ମହାସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।


