
ଭୁବନେଶ୍ୱର ୨୫/୦୨/୨୧ (ଜିଲ୍ଲା ଖବର) : ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା । ସାମାଜିକ ଆର୍ଥିକ ଓ ପଛୁଆ ବର୍ଗଙ୍କ ପାଇଁ ସରକାରୀ ଚାକିରିରେ କୌଣସି ସଂରକ୍ଷଣ ରହିପାରିବ ନାହିଁ ବୋଲି କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ରାଜ୍ୟ ସରକାର ସେମାନଙ୍କୁ ଚାକିରିରେ ସଂରକ୍ଷଣ ଦେଉଛନ୍ତି ।ଯାହା କୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଙ୍ଘନ । ତେବେ କୋର୍ଟ ନିଜ ଆଡ଼ୁ ଅଦାଲତ ଅବମାନନା ମାମଲା ରୁଜୁ କରି ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ବିଭାଗ ସଚିବ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସଚିବଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।ବିଚାରପତି କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା ଓ ବିଚାରପତି ଜଷ୍ଟିସ ଏସ.କେ ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତଙ୍କୁ ଏହି ମାମଲାରେ ପରିଚାଳନା ସହଯୋଗ ପାଇଁ ତିନି ଜଣ ବରିଷ୍ଠ ଆଇନଜୀବୀଙ୍କୁ ଆମିକସକ୍ୟୁରି ଭାବେ ନିଯୁକ୍ତି କରାଯାଇଛି ।


