Sunday, November 15, 2026
Home ଆଞ୍ଚଳିକ ରାଜ୍ୟରେ ଶୀତ କମିବା ସହିତ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା

ରାଜ୍ୟରେ ଶୀତ କମିବା ସହିତ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା

10

ଭୁବନେଶ୍ୱର ୨୫/୦୨/୨୧ (ଜିଲ୍ଲା ଖବର) : ରାଜ୍ୟରେ ଶୀତ କମିବା ସହିତ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଏବେଠୁ ରାଜ୍ୟରେ ଗରମ ଅନୁଭୁତ ହେଉଥିବା ଦେଖିବାକୁ ମିଳିଲାଣି । ରାଜ୍ୟରେ ଧିରେ ଧିରେ ତାପମାତ୍ରା ବୃଦ୍ଧି ପାଉଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।ତେବେ ଉପକୂଳ ଓଡିଶାରେ ତାପମାତ୍ରା ସ୍ବଭାବିକ ରହିଥିବା ବେଳେ ଉତ୍ତର ଓଡିଶାରେ ଧିରେ ଧିରେ ତାପମାତ୍ରା ବଢୁଛି । ସେହିପରି ଆଗାମୀ 4, 5 ଦିନ ଯାଏ ପାଣିପାଗ ମୁଖତଃ ଶୁଖିଲା ରହିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଦୁଇଦିନ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ହେବାକୁ ନଥିବା ବେଳେ ତୃତୀୟ ଦିନଠୁ ତାପମାତ୍ରାରେ ବୃଦ୍ଧି ଘଟିବ ବୋଲି ସୂଚନା ମିଳିଛି ।