Monday, November 16, 2026
Home ମୁଖ୍ୟ ଖବର ମାର୍ଚ୍ଚ 1ରୁ ବୟସ୍କମାନଙ୍କୁ କୋରୋନା ଟିକା

ମାର୍ଚ୍ଚ 1ରୁ ବୟସ୍କମାନଙ୍କୁ କୋରୋନା ଟିକା

16

ନୂଆଦିଲ୍ଲୀ ୨୫/୦୨/୨୧ (ଜିଲ୍ଲା ଖବର) : ମାର୍ଚ୍ଚ 1ରୁ ବୟସ୍କମାନଙ୍କୁ ଦିଆଯିବ କୋରୋନା ଟିକା । ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ସୂଚନା ଦେଇଛନ୍ତି । ବର୍ତ୍ତମାନ 60 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ କୋରୋନା ଟିକା ଦିଆଯିବ । ଏହାସହ ଗମ୍ଭୀର ରୋଗରେ ଆକ୍ରାନ୍ତ 45 ବର୍ଷରୁ ଅଧିକ ବୟସ୍କଙ୍କୁ ବି ଟିକାକରଣ କରାଯିବ । 10 ହଜାର ସରକାରୀ ଓ 20 ହଜାର ଘରୋଇ କେନ୍ଦ୍ରରେ ଟିକା କରଣ କରାଯିବ ।ସରକାରୀ କେନ୍ଦ୍ରରେ ଟିକା ମାଗଣାରେ ମିଳିବ । ତେବେ ଘରୋଇ କେନ୍ଦ୍ରରେ ଟିକା ନେବା ପାଇଁ ଟଙ୍କା ଦେବାକୁ ପଡ଼ିବ । ତେବେ କେତେ ଟଙ୍କା ଦେବାକୁ ପଡ଼ିବ, ସେନେଇ ଖୁବଶୀଘ୍ର ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି।