Monday, November 16, 2026
Home ମୁଖ୍ୟ ଖବର ତାମିଲନାଡୁ ଓ ପୁଡୁ ଚେରି ଗ୍ରସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ତାମିଲନାଡୁ ଓ ପୁଡୁ ଚେରି ଗ୍ରସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

8

ନୂଆଦିଲ୍ଲୀ ୨୫/୦୨/୨୧ (ଜିଲ୍ଲା ଖବର) : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁ ଓ ପୁଡୁଚେରୀ ଗ୍ରସ୍ତରେ ଯିବା ନେଇ ସୂଚନା ରହିଛି । ଏହି ଗ୍ରସ୍ତରେ ପ୍ରଧାନମନ୍ତ୍ରୀ ଅନେକ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ବୋଲି ଜଣାପଡିଛି । ସୂଚନାନୁସାରେ,  ସକାଳ ୧୦ଟା ୩୦ରେ ପ୍ରଧାନମନ୍ତ୍ରୀ ଆସି ପହଁଚିବେ ପୁଡୁଚେରୀଠାରେ । ଏହାସହ ଅପରାହ୍ନ ୪ଟାରେ ତାମିଲନାଡୁରେ ୧୨ ହଜାର ୪୦୦ କୋଟିର ଅନେକ ପ୍ରକଳ୍ପକୁ ଶିଳାନ୍ୟାସ କରିବେ ମୋଦି । ପୁଡୁଚେରୀରେ ପ୍ରଧାନମନ୍ତ୍ରୀ ସତନାଥପୁରମ-ନାଗାପଟ୍ଟିନମ ରାସ୍ତାର ଶିଳାନ୍ୟାସ କରିବେ । ଏହାସହ କରାକଲ ଜିଲ୍ଲାରେ ମେଡିକାଲ କଲେଜର ନୂଆ କ୍ୟାମ୍ପସକୁ ଉଦଘାଟନ କରିବେ । ଏହାବ୍ୟତୀତ ଅନେକ ପ୍ରକଳ୍ପର ମଧ୍ୟ ଉଦଘାଟନ କରିବେ ।ଆହୁରି ମଧ୍ୟ କୁହାଯାଇଛି ଯେ, ତାମିଲନାଡୁରେ ନ୍ୟେବେଲୀ ବିଦ୍ୟୁତ ପରିଯୋଜନାକୁ ଦେଶ ପାଇଁ ଉତ୍ସର୍ଗ କରିବେ ମୋଦି । ଏହି ପ୍ରକଳ୍ପରେ ୧୦୦୦ ମେଗାଓ୍ୱାଟର ବିଦ୍ୟୁତ ଉତ୍ପାଦନ ହେବ । ଏଥିରୁ ତାମିଲନାଡୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ପୁଡୁଚେରୀକୁ ଫାଇଦା ହେବ ।