Sunday, November 15, 2026
Home ଆଞ୍ଚଳିକ ଡରାଉଛି କରୋନାର ନୂଆ ଷ୍ଟ୍ରେନ

ଡରାଉଛି କରୋନାର ନୂଆ ଷ୍ଟ୍ରେନ

66

ଖୋର୍ଦ୍ଧା,୨୫/୦୨(ଜିଲ୍ଲା ଖବର) : ମହାମାରୀ କରୋନା ସଙ୍କଟ ମଧ୍ୟରେ ଗୋଟିଏ ପଟେ ସୁସ୍ଥ ହାର ୯୫.୯୯ ପ୍ରତିଶତରେ ପହଞ୍ଚିଥିବା ବେଳେ ଅନ୍ୟପଟେ ଡରାଇଲାଣି କରୋନାର ନୂଆ ଷ୍ଟ୍ରେନ। ବ୍ରିଟେନ ଫେରନ୍ତାଙ୍କ ମଧ୍ୟରେ କରୋନାର ଏହି ନୂଆ ଷ୍ଟ୍ରେନ ପରିଲକ୍ଷିତ ହୋଇଛି। ଭାରତରେ କରୋନାର ନୂଆ ଷ୍ଟ୍ରେନ ସଂକ୍ରମଣ ବୃଦ୍ଧି କରିପାରେ ବୋଲି ଏମ୍ସ ପ୍ରମୁଖ ଡା. ରଣଦୀପ ଗୁଲେରିୟା ଆଶଙ୍କା ପ୍ରକାଶ କରିଛନ୍ତି।

୨୦୧୯ ଶେଷରେ ଚୀନର ଉହାନରୁ ସୃଷ୍ଟି ହୋଇଥିବା କରୋନା ଭୂତାଣୁର ଲକ୍ଷଣ କରୋନାର ନୂଆ ଷ୍ଟ୍ରେନ ଲକ୍ଷଣ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ପ୍ରାରମ୍ଭିକ ପର୍ଯ୍ୟାୟରେ କରୋନାର ଯେଉଁ ଲକ୍ଷଣ ଥିଲା ସେଗୁଡିକ ମଧ୍ୟରୁ ଜ୍ଵର ହେବା, କାଶ ହେବା, ଖାଦ୍ୟର ସ୍ଵାଦ ଏବଂ ଗନ୍ଧ ଚାଲିଯିବା ଭଳି ଲକ୍ଷଣ ଦେଖାଯାଉଥିଲା। ତେବେ କରୋନାର ନୂଆ ଷ୍ଟ୍ରେନର ଲକ୍ଷଣ ଏହାଠାରୁ ଭିନ୍ନ। ଶରୀର ପୀଡା, ଡାଇରିଆ, ମୁଣ୍ଡବିନ୍ଧା, ତ୍ଵଚା ଶୁଷ୍କ ହୋଇଯିବା, ଗୋଡ ଆଙ୍ଗୁଠି ଗୁଡିକର ରଙ୍ଗ ବଦଳିଯିବା, ଗଳା ଯନ୍ତ୍ରଣା, ଦୃଷ୍ଟିଶକ୍ତିରେ ଅସୁବିଧା ଆଦି ନୂଆ ଷ୍ଟ୍ରେନର ଲକ୍ଷଣ।
ଏହାପରେ ଦୁନିଆର ବହୁ ଦେଶରେ କରୋନାର ଏହି ଷ୍ଟ୍ରେନ ଦେଖିବାକୁ ମିଳିଥିଲା। କରୋନା ଭୂତାଣୁର ପ୍ରକୃତିରେ ୪ଟି ନୂଆ ପରିବର୍ତ୍ତନ ଦେଖାଦେଇଛି।

ରିପୋର୍ଟ ,ସଞ୍ଜୀବ କୁମାର