Wednesday, November 11, 2026
Home ଆଞ୍ଚଳିକ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ପକ୍ଷରୁ ୬୫ ତମ ରେଳ ସପ୍ତାହ ବାର୍ଷିକ ପୁରସ୍କାର ବିତରଣ...

ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ପକ୍ଷରୁ ୬୫ ତମ ରେଳ ସପ୍ତାହ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

70

ଖୋର୍ଦ୍ଧା,୨୪/୦୨(ଜିଲ୍ଲା ଖବର) : ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ ଖୋର୍ଦ୍ଧା ରୋଡ୍ ସ୍ପୋର୍ଟସ୍ ଆସୋସିଏସନ୍ ଷ୍ଟାଡିୟମରେ 65 ତମ ରେଳ ସପ୍ତାହ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳନ କରାଯାଇଛି | ଏହି ଉତ୍ସବରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଶଶି କାନ୍ତ ସିଂହ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମହିଳା କଲ୍ୟାଣ ସଂଗଠନର ସଭାନେତ୍ରୀ ଶ୍ରୀମତୀ ପୂର୍ଣ୍ଣିମା ସି°ହ, ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା) ଶ୍ରୀ କଲ୍ୟାଣ ପଟ୍ଟନାୟକ ଏବଂ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଅପରେସନ୍) ଶ୍ରୀ ଅଶୋକ କୁମାର ମଧ୍ୟ ଏହି ଉତ୍ସବରେ ମଞ୍ଚାସିନ ଥିଲେ !
ଏହି ଅବସରରେ ଶ୍ରୀ ସିଂହ ନିଜ ଅଭିଭାଷଣରେ ସମସ୍ତ ପୁରସ୍କାର ବିଜେତାଙ୍କୁ ସେମାନଙ୍କର ଆନ୍ତରିକତା ଏବଂ ପରିଶ୍ରମ ପାଇଁ ଅଭିନନ୍ଦନ ଜଣାଇଛନ୍ତି | ସେ ତାଙ୍କ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ପ୍ରଶଂସା କରି କହିଥିଲେ ଯେ ସେମାନଙ୍କ ନିରବଚ୍ଛିନ୍ନ ପ୍ରଚେଷ୍ଟା ପାଇଁ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପୂର୍ବ ତଟ ରେଳ ଜୋନରେ ପାଳିତ 65 ତମ ରେଳ ସପ୍ତାହ ଉତ୍ସବରେ 2019-20 ପାଇଁ ସାମଗ୍ରିକ ଦକ୍ଷତା ସିଲ୍କ ସହିତ ଅନ୍ୟ ଆଠଟି ସିଲଡ଼ ଯଥା,ବାଣିଜ୍ୟ, ଯାନ୍ତ୍ରିକ,କାର୍ମିକ, ବୈଦୁତିକ(ଅଣ-ଟ୍ରାକ୍ସନ୍), ରାଜଭାଷା, କ୍ରୀଡା, ସର୍ବୋତ୍ତମ କ୍ଷୁଦ୍ର ପରିଷ୍କାର ରେଳ ଷ୍ଟେସନ‌ ହିସାବରେ କେନ୍ଦୁଝର ରୋଡ଼ ଷ୍ଟେସନ ଏବଂ ସର୍ବୋତ୍ତମ ଷ୍ଟୋର ଡିପୋ ଭାବରେ ଅନୁଗୁଳ ବୈଦୁତିକ ଲୋକୋସେଡ ସିଲ୍ଡ ପ୍ରାପ୍ତ କରିଛି ।
ରେଳ ବ୍ୟବହାରକାରୀଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ସର୍ବଦା ସହଯୋଗ, ଶୃଙ୍ଖଳା ଏବଂ ଅଖଣ୍ଡତା ସହିତ କାର୍ଯ୍ୟ କରିବାକୁ ସେ କର୍ମଚାରୀମାନଙ୍କୁ ନିବେଦନ କରିଥିଲେ।
କୋଭିଡ ସମୟ ଭିତରେ ରେଳ ଦ୍ଵାରା ଲୋକ ମାନଙ୍କୁ ତଥା ଅତ୍ୟାବଶ୍ୟକ ସାମଗ୍ରୀ ସ୍ଥାନାନ୍ତର କରିବାରେ ସେମାନଙ୍କର କଠିନ ପରିଶ୍ରମ ଏବଂ ନିସ୍ୱାର୍ଥପର ସେବା ପାଇଁ ସେ ତାଙ୍କର ସମସ୍ତ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି |

ଏହି ବାର୍ଷିକ ପୁରସ୍କାର ବିତରଣ ସମାରୋହରେ 92 ଗ୍ରୁପ୍-ସି କର୍ମଚାରୀ, 31 ଗ୍ରୁପ୍-ଡି କର୍ମଚାରୀ ଏବଂ 13 ଗ୍ରୁପ ପୁରସ୍କାର ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର କର୍ମଚାରୀମାନଙ୍କୁ ସେମାନଙ୍କର ଆନ୍ତରିକତା ଏବଂ ସମ୍ମାନଜନକ ସେବା ପାଇଁ ଉତ୍କଷ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଛି |

ଏହି ଅବସରରେ କର୍ମଚାରୀ ଏବଂ ଭାରତ ସ୍କାଉଟ୍ସ – ଗାଇଡ୍ସର ଶିଶୁ ମାନଙ୍କ ଦ୍ୱାରା ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା | ଉତ୍ସବରେ ସମସ୍ତ ଶାଖା ଅଧିକାରୀ, ପୂର୍ବ ତଟ ରେଳବାଇ ମହିଳା କଲ୍ୟାଣ ସଂଗଠନର ସଦସ୍ୟ ମଧ୍ୟ ଉପସ୍ଥିତ ଥିବାବେଳେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ର ବରିଷ୍ଠ କାର୍ମିକ ଅଧିକାରୀ ଶ୍ରୀ ରଂଜନ କୁମାର ମହାନ୍ତି, ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ରିପୋର୍ଟ ସଞ୍ଜୀବ କୁମାର