
ଜଟଣୀ,୨୩/୦୨(ଜିଲ୍ଲା ଖବର) : ପୁର୍ବତଟ ରେଳବାଇ ଯାତ୍ରୀ କଲ୍ୟାଣ ପରିଷଦର ସଂଯୋଜକ ରାମ ଶଙ୍କରଙ୍କ ତତ୍ୱାବଧାନରେ ଜଟଣୀ ଲୟାର୍ସ ଆସୋସିଏସନ,ଜଟଣୀ ବ୍ୟବସାୟୀ ସଂଘ, ବରିଷ୍ଠ ନାଗରୀକ ମଂଚ ଜଟଣୀ ଓ ଖୋର୍ଦ୍ଧା, ଡେଲି ପାସେଜଂର ଆସୋସିଏସନ, ଜଟଣୀ ଅଟୋରିକ୍ସା ଆସୋସିଏସନ, ରେଳପଥ କର୍ମଚାରୀ ପେନସନର ଆସୋସିଏସନ ପ୍ରଭୃତିର କର୍ମକର୍ତାମାନେ ଯୋଗଦେଇଥିଲେ । ଏହି ଅବସରରେ ଏକ ସ୍ମାରକପତ୍ର ଖୋର୍ଦ୍ଧାରୋଡ ଡିଆରଏମଙ୍କୁ ପ୍ରଦାନ କରାଯାଇଥିଲା । ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳପ୍ରଶାସନ ବିଭିନ୍ନ ରାଜ୍ୟରୁ ୪୦ ହଜାର ଓଡିଆ ପ୍ରବାସୀଙ୍କୁ ସେମାନଙ୍କ ପରିବାରରେ ସାମିଲ କରି ଏକ ନୂତନ ଉଦାହରଣ ସୃଷ୍ଟି କରିଥିଲା ଖୋର୍ଦ୍ଧାରୋଡ ରେଳପଥ ମଣ୍ଡଳ । ରାଜ୍ୟର ବିଭିନ୍ନ ଅଂଚଳରୁ ଖୋର୍ଦ୍ଧାରୋଡ ରେଳପଥକୁ ପ୍ରସଂଶା କରାଯାଇଥିଲା । ଅନ୍ୟ ପକ୍ଷର୍ରେ ଏବେ କିଛିଦିନ ହେଲା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି । ସରକାରଙ୍କ ନିର୍ଦ୍ଧେଶକ୍ରମେ ସମସ୍ତ କାର୍ଯ୍ୟ ସ୍ୱଭାବିକ ସ୍ତରରେ କର୍ଯ୍ୟକାରୀ ହେଲାଣି । ସ୍ୱାସ୍ଥ୍ୟବିଭାଗ ଜରିଆରେ ଟିକାକରଣ ମଧ୍ୟ ଜାରି ରହିଛି । ତେବେ ଏଥିରେ ରେଳପଥ ରେଳଚଳାଚଳ ସ୍ୱଭାବିକ କରୁନଥିବା ଦାବି ହୋଇଛି । ଫଳରେ ହଜାର ହଜାର ସଂଖ୍ୟକ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ଖୋର୍ଦ୍ଧାରୋଡ ରେଳଜଂକସନ ଉପରେ ନିକଟବର୍ତି ଖୋର୍ଦ୍ଧା,ପୁରୀ,ନୟାଗଡ,କଟକ,ଗଂଜାମ ପ୍ରଭୃତି ଜିଲାର ଶତାଧିକ ଗ୍ରାମ ଓ ସହରର ହଜାର ହଜାର ସଂଖ୍ୟକ ଯାତ୍ରୀ ଯାତାୟତଲାଗି ନିର୍ଭର କରିଥାନ୍ତି । ସରକାରୀ ଓ ବେସରକାରୀ କର୍ମଚାରୀ,ଶ୍ରମିକ,ଶିକ୍ଷାବିତ,ସମାଜସେବୀ,ସ୍ୱାସ୍ଥ୍ୟ କର୍ମଚାରୀ ଓ ପ୍ରଶାସନିକ ଅଧିକାରୀମାନେ ଖୋର୍ଦ୍ଧାରୋଡ ରେଳପଥ ଉପରେ ନିର୍ଭରକରି ନିଜ କର୍ମକ୍ଷେତ୍ରକୁ ଯାଆସ କରିଥାନ୍ତି ।
ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର


