Saturday, October 10, 2026
Home ଆଞ୍ଚଳିକ ରାଉରକେଲା ରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ଯୋଗ ର ବିକାଶ ଉପରେ ଶ୍ରୀ ଅସିତ ତ୍ରିପାଠୀଙ୍କ...

ରାଉରକେଲା ରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ଯୋଗ ର ବିକାଶ ଉପରେ ଶ୍ରୀ ଅସିତ ତ୍ରିପାଠୀଙ୍କ ଗୁରୁତ୍ବ

38

ରାଉରକେଲା,୨୩/୦୨(ଜିଲ୍ଲା ଖବର) :: ମୁଖ୍ୟମନ୍ତ୍ରୀ ଙ୍କ ପ୍ରମୁଖ ପରାମର୍ଶ ଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ଯକ୍ଷ ଶ୍ରୀ ଅସିତ ତ୍ରିପାଠୀ ମଙ୍ଗଳ ବାର ଦିନ ରାଉରକେଲା ଗସ୍ତ ରେ ଆସି ଜିଲ୍ଲା ରେ କିପରି ଶିଳ୍ପ ର ଆଶାନୁରୂପ ବିକାଶ ହୋଇ ପାରିବ ସେ ଦିଗରେ ସ୍ଥାନୀୟ ଶିଳ୍ପ ପତି ଏବଂ ବରିଷ୍ଠ ସରକାରୀ ଅଧୀକାରୀ ମାନଙ୍କ ସହିତ ସମୀକ୍ଷା ବୈଠକ କରିଛନ୍ତି। ଆଜି ସ୍ଥାନୀୟ ରାଉରକେଲା ମହାନଗର ନିଗମ ର ସଭାକକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକ ରେ ପ୍ରଥମେ ରାଉରକେଲା ଚେମ୍ବର ଆଫ କମର୍ସ ର ସଦସ୍ଯ ମାନଙ୍କ ସହିତ ଶିଳ୍ପ କ୍ଷେତ୍ର ରେ ଜମି ଅଧିଗ୍ରହଣ ଠାରୁ ଆରମ୍ଭ କରି ବିଦ୍ୟୁତ, ଜଳ ପରି ବିଭିନ୍ନ ଆବଶ୍ଯକତା, ସମସ୍ୟା ବିଷୟ ରେ ବିସ୍ତୃତ ଆଲୋଚନା କରିଥିଲେ। ରାଉରକେଲା ରେ କ୍ଷୁଦ୍ର , ମଧ୍ୟମ ଏବଂ ପ୍ରକ୍ରିୟା କରଣ ଉଦ୍ଯୋଗ ର ବିକାଶ ପାଇଁ ଉଦ୍ୟୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ଆବଶ୍ଯକିୟ ସହଯୋଗ ଯୋଗାଇ ଦେବା ପାଇଁ ଶ୍ରୀ ତ୍ରିପାଠୀ ଜିଲ୍ଲା ପାଳ ଓ ଜିଲ୍ଲା ଶିଳ୍ପ କେନ୍ଦ୍ର କୁ ନିଦ୍ଦେଶ ଦେଇଥିଲେ।

ଶ୍ରୀ ତ୍ରିପାଠୀ କହିଥିଲେ ଯେ ରାଉରକେଲା ରେ କଷି ସହ ଜଡ଼ିତ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ଯୋଗ ର ପ୍ରକ୍ଷ୍ୟାପ୍ତ ସୁଯୋଗ ରହିଛି। ଶିଳ୍ପ କ୍ଷେତ୍ର ରେ ନିବେଶ ପାଇଁ ଶିକ୍ଷିତ ଯୁବଉଦ୍ୟମୀ ମାନଙ୍କ ମଧ୍ଯ ରେ ଉତ୍ସାହ ଦେଖା ଦେଇଛି। ଯୁବଉଦ୍ୟମୀ ମାନେ ଯେଉଁ ମାନେ ଉଦ୍ୟୋଗ ଖୋଲି ବାକୁ ଇଛୁକ । ସେମାନଙ୍କର ପାଇଁ ଆମେ ବର୍ତ୍ତମାନ ର ଶିଳ୍ପ ର ଚାହିଦା ଅନୁରୂପ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏଥି ପାଇଁ WODC ତରଫରୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ।
ଏହି ଅବସରରେ ଶ୍ରୀ ତ୍ରିପାଠୀ ଜିଲ୍ଲା ରେ ଚାଲୁରହି ଥିବା
ଉଦ୍ୟାନ କ଼ଷି , ମସ୍ୟଚାଷ, ଟସର ଚାଷ ଆଦି ଯୋଜନା ର କାଯ୍ୟନ୍ବୟନ ବିଷୟ ରେ ମଧ୍ୟର ସମୀକ୍ଷା କରିଥିଲେ। ଏସବୁ
କ୍ଷେତ୍ର ରେ ଅଧିକ ଘରୋଇ ପୁ୍ଞିନିବେଶ ଆକଷିଁତ କରି ନୂଆ ନିଯୁକ୍ତି ସୁଯୋଗ ସ୍ରୁଷ୍ଟି କରିବା ପାଇଁ ଜିଲ୍ଲା ପ୍ରଶାସନ କୁ ନିଦ୍ଦେଶ ଦେଇଥିଲେ।

ଆଜିର ଏହି ସମୀକ୍ଷା ବୈଠକ ରେ ଜିଲ୍ଲାପାଳ ଶ୍ରୀ ନିଖିଲ ପବନ କଲ୍ୟାଣ, ରାଉରକେଲା ଏଡିଏମ ଆବୋଲୀ ସୁନିଲ ନରୱେଣ, ସୁନ୍ଦର ଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଭୈରବ ସିଂ ପଟେଲ, ଆରଏମସି କମିଶନର ଦିବ୍ଯ ଜ୍ୟୋତି ପରିଡ଼ା, ଏଡିଏମ ସୁନ୍ଦର ଗଡ଼ ବିଶ୍ବଜିତ ମହାପାତ୍ର ସମେତ ବଭିନ୍ନ ବିଭାଗୀୟ ଅଧୀକାରୀ, ଚେମ୍ବର ଆଫ କମର୍ସର ପ୍ରତିନିଧି ଉପସ୍ଥିତ ଥିଲେ।

ବିଶ୍ବରଂଜନ ହୋତା,ସୁନ୍ଦରଗଡ଼