
ଖୋର୍ଦ୍ଧା,୨୩/୦୨(ଜିଲ୍ଲା ଖବର) : ଜଟଣୀ ମ୍ୟୁନିସିପାଲିଟିରେ ଏବେ କିଛିଦିନ ହେବ ବିଚିତ୍ର ବ୍ୟବସ୍ଥା ଦେଖିବାକୁ ମିଳିଛି । ମ୍ୟୁନିସିପାଲିଟିରେ ଶତାଧୀକ ସଫେଇ କର୍ମଚାରୀ ନିୟୋଜିତ ହୋଇ ଲକ୍ଷଲକ୍ଷ ଟଙ୍କା ନେଉଥିବା ବେଳେ ରାସ୍ତାକୁ ସ୍ୱଛତା କରିବା ଲାଗି ମାସିକ ଲକ୍ଷାଧୀକ ଟଙ୍କା ବ୍ୟୟରେ ଠିକାମାଧ୍ୟରେ ବ୍ୟବହୃତ କରାଯାଉଛି ସୁଇପ୍ ମେସିନ୍ । ଅନ୍ୟପଟେ ସହରାଚଂଳରେ ବସବାସ କରୁଥିବା ଲୋକମାନଙ୍କୁ ମାସିକ ପରିମଳ ବାବଦକୁ ୩୦ଟଙ୍କା ଲେଖାଏଁ କର ମଗାଯାଇଛି । ଏହି ବିଚିତ୍ର ବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରତିକ୍ରୀୟା ସୃଷ୍ଟି ହୋଇଛି । ସହରାଚଂଳରେ ସ୍ୱଛତାକୁ ଗୁରୁତ୍ୱଦେଇ ସରକାରଙ୍କ ଅର୍ବାନ ଡିପାର୍ଟମେଂଟ ପକ୍ଷରୁ ମ୍ୟୁନିସିପାଲିଟିକୁ ସ୍ୱଛତା ଏବଂ ପରିମଳ ଉପରେ ସ୍ୱତନ୍ତ୍ର ବ୍ୟୟଅଟକଳ ଯୋଜନା ପ୍ରସ୍ତୁତ ହୋଇଛି । ମ୍ୟୁନିସିପାଲିଟି ମାନ୍ୟତା ପାଇବାଠାରୁ ସହରକୁ ସଫାସୁତୁରା ରଖିବା ପାଇଁ ସରକାରୀ ନିୟମକୁ ଆଧାର କରି ସୁଇପର ବ୍ୟବସ୍ଥା ହୋଇ ଆସୁଛି । ଜଟଣୀ ମ୍ୟୁନିସିପାଲିଟିରେ ଦିର୍ଘଦିନ ହେବ ସ୍ଥାୟୀ ସଫେଇ କର୍ମଚାରୀମାନଙ୍କ ବ୍ୟତିତ ଠିକାଦାରଙ୍କ ମାଧ୍ୟମରେ ୧୪୦ରୁ ଉର୍ଦ୍ଧ୍ୱ ଅସ୍ଥାୟୀ ସଫେଇ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏବେ କିଛି ଦିନ ହେବ ଜଟଣୀ ମ୍ୟୁନିସିପାଲିଟିରେ ଠିକା ସଫେଇ କର୍ମଚାରୀଙ୍କ ସମସ୍ୟା ଲାଗି ରହିଥିଲା । ସେମାନଙ୍କ ଏପିଏଫ ଓ ଇଏସଆଇ ଓ ମାସିକ ସଠିକ ବେତନ ଆଦି ଦାବିକରି ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । କାର୍ଯ୍ୟବନ୍ଦ ଯୋଗୁଁ ସହରସାରା ଆବର୍ଜନାମୟ ପରିବେଶ ସୃଷ୍ଟି ହୋଇଥିଲା । ଶେଷରେ ଜଟଣୀ ପୌରାଞ୍ଚଳକୁ ୩ଟି ଜୋନରେ ବିଭକ୍ତ କରାଯାଇ ୨ଜଣ ଠିକାଦାରଙ୍କୁ ନିଯୁକ୍ତି କରାଯାଇଛି । ଏହି ଠିକାଦାରଙ୍କ ଜରିଆରେ ୧୫୦ରୁ ଉର୍ଦ୍ଧ୍ୱ ଠିକା ସଫେଇ କର୍ମଚାରୀ ନିଯୁକ୍ତି ରହି ଆନୁମାନିକ ମାସିକ ୧୦ରୁ ୧୨ଲକ୍ଷ ଟଙ୍କା ମ୍ୟୁନିସିପାଲିଟି ବ୍ୟୟ କରୁଛି । ସଫେଇ କର୍ମଚାରୀମାନେ ମ୍ୟୁନିସିପାଲିଟି ନିର୍ଦ୍ଦେଶ ମୁତାବକ ପ୍ରତ୍ୟେକ ୱାର୍ଡ଼ରେ କାର୍ଯ୍ୟ କରି ସ୍ୱଚ୍ଛତା ବଜାୟ ରଖୁଥିବା ବେଳେ ଏବେ ଜଟଣୀ ମ୍ୟୁନିସିପାଲିଟି କାହା ପ୍ରସ୍ଥାବରେ ଓ କାହା ସ୍ୱାର୍ଥରେ ମେକାନିକାଲ ସୁଇପିଙ୍ଗ୍ ମେସିନ୍ ବ୍ୟବହାର କରିବାକୁ ଇଚ୍ଛା ପ୍ରକାଶ କରିଛି ତାହା ଏବେ ସାଧାରଣଙ୍କ ପ୍ରଶ୍ନ । ଅନ୍ୟପକ୍ଷରେ ଜଟଣୀର ମୁଖ୍ୟ ରାସ୍ତାକୁ ଛାଡ଼ିଲେ ଉକ୍ତ ମେସିନ୍ଟି କୌଣସି ୱାର୍ଡ଼ ମଧ୍ୟକୁ ପ୍ରବେଶ କରିପାରିବ ନାହିଁ । ତେବେ ମୁଖ୍ୟରାସ୍ତାର ପରିଧୀ ମାତ୍ରଧିକ ମଧ୍ୟ ନାହିଁ । ଫଳରେ ଁ ମେସିନି୍ଟିର ଏତେ ଜରୁରୀ ଆବଶ୍ୟକତା ନାହିଁ । ଏହି ମେସିନ୍ ବ୍ୟବହାର କରିବା ପାଇଁ ଜଟଣୀ ମ୍ୟୁନିସିପାଲିଟି ତରଫରୁ ୧୮.୧୨.୨୦୨୦ରିଖରେ ଟେଣ୍ଡର ଆହ୍ୱାନ କରାଯାଇଥିଲା । ପରବର୍ତୀ ସମୟରେ ୩୦.୧୨.୨୦୨୦ରେ ଜୈନିକ ଠିକାଦାରଙ୍କୁ ଏହି ଟେଣ୍ଡରଟି ଦିଆଯାଇଥିଲା । ଉକ୍ତ ମେସିନ୍ଟି ଘଂଟା ପ୍ରତି ୧୬୭୬ଟଙ୍କା ଠିକାଦାର ନୋବାକୁ ସ୍ଥିରିକୃତ ହୋଇଛି । ଉକ୍ତ ମେସିନ୍ଟି ଆସିବା ଦିନ ଠାରୁ ମ୍ୟୁନିସିପାଲିଟି ଠାରୁ ଥାନା ପର୍ଯ୍ୟନ୍ତ ଥରେ ୨ଥର ବ୍ୟବହାର ହୋଇଛି । କିନ୍ତୁ ଅନ୍ୟ ସମୟରେ ମ୍ୟୁନିସିପାଲିଟି କାର୍ଯ୍ୟାଳୟରେ ପଡ଼ି ରହୁଛି । ଏକ ଅସମର୍ଥିତ ସୂତ୍ରରୁ ଜଣାଯାଏ ଉକ୍ତ ମେସିନ୍ଟିକୁ ଅଳ୍ପ କେହି ଘଂଟା ଚଳାଇ କାଗଜ ପତ୍ରରେ ଅତ୍ୟାଧୀକ ଘଂଟା ଦର୍ଶାଇ ଲକ୍ଷଲକ୍ଷ ଟଙ୍କା ବିଲ କରାଯିବ ବୋଲି ଅନୁମାନ କରାଯାଉଛି । ଯାହାଫଳରେ ଏଥିରେ ଠିକାଦାର ଓ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ଜଣାଯାଏ । ତେଣୁ ଏଭଳି କାର୍ଯ୍ୟକୁ ରୋକିବା ପାଇଁ ଓ ମିଥ୍ୟା ବିଲ୍ ନ କରେଇବା ପାଇଁ ରାଜ୍ୟର ୫ଟି ସଚିବ, ନଗର ଉନ୍ନୟନ ବିଭାଗୀୟ ସଚିବ ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ଯଦି ପ୍ରତ୍ୟକ୍ଷ ଭାବରେ ଦୃଷ୍ଟି ନଦିଅନ୍ତି ତେବେ ମ୍ୟୁନିସିପାଲିଟି ଅର୍ଥ ବାଟମାରଣା ହେବା ଆଶଙ୍କା ଦୁର ହୋଇପାରିବ ବୋଲି ସହରବାସୀ ଦାବି କରିଛନ୍ତି । ଏନେଇ ଜଟଣୀ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲିପ କୁମାର ମହାନ୍ତୀ କୁହନ୍ତୀ, ଏହି ସୁଇପିଙ୍ଗ ମେସିନଟି କେବଳ ରାସ୍ତାରୁ ଧୂଳି ସଫାକରିବା ଉଦ୍ୟେଶ୍ୟରେ ଅଣାଯାଇଛି । ସଫେଇ କର୍ମଚାରୀମାନେ ସ୍ୱଛତା ତଥା ଅଳିଆ ଆବର୍ଜନା ଓ ଡ୍ରେନ ଇତ୍ୟାଦି ସଫା କରୁଛନ୍ତି । ତେଣୁ ସେହି ଉଦ୍ୟେଶ୍ୟରେ ଠିକା ମାଧ୍ୟମରେ ଅଣାଯାଇଛି ।
ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର




