Wednesday, October 14, 2026
Home ଆଞ୍ଚଳିକ ଅନ୍ଧାରି ଇଲାକାର ଆଲୋକ ପୃଥିବୀରାଜ

ଅନ୍ଧାରି ଇଲାକାର ଆଲୋକ ପୃଥିବୀରାଜ

458

ବିଷମକଟକ,୨୩/୦୨(ଜିଲ୍ଲା ଖବର) : ଉପାନ୍ତଅଞ୍ଚଳରେ ଉନ୍ନତିର ଅନ୍ୟନାମ ପୃଥିବୀରାଜ୍ l ନାଁ ଯେପରି କାର୍ଯ୍ୟମଧ୍ୟ ସେପରି l ପୃଥିବୀରାଜ ସାହୁ ଏକାଧାରରେ ସେ ଜଣେ ଓକିଲ , କ୍ରୀଡାବିତ , ରାଜନୈତିକ , ସାମ୍ବାଦିକ , ବିଷମକଟକ ସାମ୍ବାଦିକ ସଂଘ ଓ ନେତାଜୀ କ୍ଲବର ସଭାପତି ଦାୟିତ୍ବ ମଧ୍ୟ ବର୍ତ୍ତମାନ ତୁଲାଉଛନ୍ତି। ସ୍ଥାନୀୟ ଅଞ୍ଚଳର ଯୁବ ସମାଜକୁ ଆଗକୁ ନେବା ଓ ଶୋସକ୍ତ କରିବାରେ ତାଙ୍କର ସାମଗ୍ରିକ ଅବଦାନ ଅତୁଳନୀୟ । ଶ୍ରୀ ସାହୁ ବର୍ତ୍ତମାନ ବିଜେଡିର ରାଜ୍ୟ ଯୁଗ୍ମ ସମ୍ପାଦକ ଦାୟିତ୍ବ ତୁଲାଉଥିବା ବେଳେ ଚଳିତ ବର୍ଷ ପୁଣିଥରେ ରାଜ୍ୟ ସରକାର ତାଙ୍କୁ ଓଡିଶା ଖଦି ଓ ଗ୍ରାମଦ୍ୟଗ ବୋର୍ଡର ଦ୍ବିତୀୟଥର ସଭ୍ୟଭାବେ ଚୟନ କରିଥିବାରୁ ବିଭିନ୍ନ ମହୋଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛୁ। ୧୨//୬/୧୯୭୦ ମସିହାରେ ରାୟଗଡା ଜିଲ୍ଲା ବିଷମକଟକ ଗ୍ରାମରେ ପୃଥିରାଜଙ୍କ ଜନ୍ମ l ବାପା କୃଷିବିଭାରେ ଜଣେ କାର୍ଯ୍ୟରତ କର୍ମଚାରୀ ଥିଲେ । ପିଲାଟି ଦିନରୁ ପୃଥିବୀରାଜ ଜଣେ ମେଧାବି ଛାତ୍ରଥିଲେ। ନାମ ଯେପରି ” ପୃଥବିରାଜ” ବାଲ୍ୟ ଜୀବନରୁ ହିଁ ସେ ପୃଥିବୀ ଉପରେ ରାଜ୍ କରିବାରେ ଲାଗିଲେ । ବାଲ୍ୟକାଳ ରେ ତାଙ୍କର ପ୍ରାଥମିକ ଶିକ୍ଷା ବିଷମକଟକ ଗ୍ରାମରେ ହିଁ ଆରମ୍ଭ ହୋଇଥିଲା ପରବର୍ତ୍ତୀ ସମୟରେ ଉଚ୍ଚଶିକ୍ଷା ମଧ୍ୟ ବିଷମକଟକ ହାଇସ୍କୁଲରେ ସମାପ୍ତକରି ପରବର୍ତ୍ତୀ ସମୟରେ ମଷସଲ ଠାରୁ ଟିକେ ଦୂରକୁ ଯାଇ କଲେଜ୍ କ୍ୟାରିୟର ଆରମ୍ଭ କରିଥିଲେ । ଏମ୍ .ସି .କଲେଜ୍ ଯାଜପୁର ଠାରେ ତାଙ୍କର କଲେଜ୍ କ୍ୟାରିୟର ଆରମ୍ଭ ହୋଇଥିଲା । ସେଥିରୁ ଶିକ୍ଷାଲାଭ କଲାପରେ ଓକିଲାତି ଶିକ୍ଷା ଜୟପୁର ଠାରେ ଆରମ୍ଭକଲେ । ଏମ୍.ସି.କଲେଜରେ ଅଧ୍ୟୟନ ବେଳେ ଛାତ୍ରଜୀବନରେ ସ୍ବର୍ଗତ ଅଶୋକ ଦାସ୍ ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜ କ୍ଷେତ୍ରରେ ପରିବର୍ତ୍ତନ ଆଣିବାପାଇଁ ପ୍ରଥମେ ଜନତା ଦୋଳରେ ଯୋଗଦେଇ ନିଜର ରାଜନୈତିକ କ୍ଷେତ୍ର ଆରମ୍ଭ କରିଥିଲେ। ଆଦିବାସୀ ଅଞ୍ଚଳରେ ଜନ୍ମଲାଭ କରିଥିବାରୁ ଆଦିବାସୀମାନଙ୍କ ସାମାଜିକ ଉନ୍ନତି କ୍ଷେତ୍ରରେ ଏବଂ ଆୟ କ୍ଷେତ୍ରରେ କିପରି ସୁଧାର ଆସିବ ଓ ଉନ୍ନତି ହେବ ସମାଜରେ ସେମାନେ ନିଜକୁ କିପରି ପ୍ରତିଷ୍ଟିତ କରିପାରିବେ ସେଥିପାଇଁ ପ୍ରୟାସ ଜାରି ରହିଥିବା ସହ ସମାଜରେ କୁସଂସ୍କାର ଓ ଅନ୍ଧବିଶ୍ବାସ ଭରି ରହିଛି ତାହାକୁ ମୂଳତ୍ପାଟନ କରିବା ମୋରଲକ୍ଷ୍ୟ ବୋଲି ସେ କହିଛନ୍ତି l ଆଜିକାର ୫ଜି ଦୁନିଆରେ ଆମ ଅଞ୍ଚଳର ଲୋକମାନେ ନିଜକୁ କିପରି ତାଳଦେଇ ଚାଲିବେ ଏବଂ ସେମାନଙ୍କର ଶିକ୍ଷାର କିପରି ଉନ୍ନତି ଆସିବ ଏଥିସହ ସ୍ବାସ୍ଥକ୍ଷେତ୍ରରେ କିପରି ସୁଧାର ଆସିବ ଏବଂ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ କଲ୍ୟାଣ ଯୋଜନା ମାଧ୍ୟମରେ ଏଠାକାର ଉପାନ୍ତ ଅଞ୍ଚଳବାସୀଙ୍କ ପାଖରେ କିପରି ପହଞ୍ଚିବ ସେଦିଗରେ ପ୍ରୟାସ ଜାରି ରହିଛି ବୋଲି ସେ କହିଛନ୍ତି। ଆଜି ତାଙ୍କର ୫୧ ବର୍ଷ ବୟସରେ ଅଞ୍ଚଳର ଅନେକ ବିକାଶମୂଳକ କାର୍ଯ୍ୟଗୁଡିକ କ୍ଷେତ୍ରରେ ତାଙ୍କର ଅହେତୁକ ଅବଦାନ ରହିଥିବା ବେଳେ ଏବେମଧ୍ୟ ଅନେକ କିଛି ସ୍ବପ୍ନ ହୋଇ ରହିଛି ଏବଂ ସେହି ସ୍ବପ୍ନକୁ କିପରି ସାକାର କାରାଯିବ ସେଦିଗରେ ପ୍ରୟାସ ଜାରି ବୋଲି ସେ ପ୍ରକାଶ କରିଛନ୍ତି l ଅଞ୍ଚଳର ବିକାଶକ୍ଷେତ୍ରରେ ତତ୍ପରତା ଓ ଆଗ୍ରହତାକୁ ଦେଖି ରାଜ୍ୟ ବିଜେଡି ତାଙ୍କୁ ଅନେକ ପଦପଦବୀର ଦାୟିତ୍ବଭାର ପ୍ରଦାନ କରିଛନ୍ତି। ସେଗୁଡିକ ମଧ୍ୟରୁ ୨୦୧୨ ଠାରୁ ୨୦୧୭ ରାଜ୍ୟ ସମ୍ପାଦକ ଯୁବ ବିଜୁ ଜନତା ଦୋଳର ଦାୟିତ୍ବ ଦିଆଯାଇଥିଲା। ୨୦୧୭ ଠାରୁ ୨୦୨୦ ରାଜ୍ୟ ଉପ ସଭାପତି ଯୁବ ବିଜୁ ଜନତା ଦୋଳ ତତସଙ୍ଗେ ୨୦୧୮ ଠାରୁ ୨୦୨୧ ଓଡିଶା ଖଦି ଓ ଗ୍ରାମଦୋଗ୍ୟ ବୋର୍ଡ ସଦସ୍ୟ ପାଇଥିଲେ। ୨୦୧୯ ରେ ସିପକା ଟ୍ରାକ ଓଡିଶା ଉପ ସଭାପତି ଦାୟିତ୍ବ ଥିବାବେଳେ ଓଡିଶା ଟିମକୁ କ୍ରୀଡାକ୍ଷେତ୍ରରେ ଥାଇଲାଣ୍ଡ ଏବଂ ବେଙ୍କ୍କ ରେ ଆୟଜିତ କ୍ରୀଡାରେ ବିଜୟର ସ୍ବାଦ ମଧ୍ୟ ଚାଖାଇଥିଲେ। ତାଙ୍କର ଏପରି ମହାନତା ଓ ଆଦର୍ଶବାଦୀ କାର୍ଯ୍ୟ ପାଇଁ ଅଞ୍ଚଳର ବା ଜିଲ୍ଲାର ଅନେକ ଲୋକ ନିଜକୁ ଗର୍ବ କରିବା ସହ ତାଙ୍କୁ ଅଶେସ ଅଶେଷ ସାଧୁବାଦ ଓ କୃତଜ୍ଞତା ଜଣେଇଛନ୍ତି।

ରରିପୋର୍ଟ ପ୍ରସନ ପଣ୍ଡା