Sunday, November 15, 2026
Home ଆଞ୍ଚଳିକ ଚିତ୍ରକୋଣ୍ଡାରେ ମାଓବାଦୀଙ୍କ ଆକ୍ରମଣ ଯୋଜନା ପଣ୍ଡ କଲେ BSF ଯବାନ

ଚିତ୍ରକୋଣ୍ଡାରେ ମାଓବାଦୀଙ୍କ ଆକ୍ରମଣ ଯୋଜନା ପଣ୍ଡ କଲେ BSF ଯବାନ

11

ମାଲକାନଗିରି ୨୩/୦୨/୨୧( ଜିଲ୍ଲା ଖବର) : ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳର ହାନ୍ତାଳ ଗୁଡା ଅଞ୍ଚଳରେ ମାଓ ଯୋଜନା ପଣ୍ଡ କଲେ ବିଏସଏଫ ଯବାନ ।  ଗୁଇନ୍ଦା ସୂତ୍ରରୁ ଖବର ପାଇ BSF ଯବାନ ସର୍ଚ୍ଚ ଅପରେସନ କରୁଥିବା ସମୟରେ କଦଳିବନ୍ଧା ଗ୍ରାମ ନିକଟ ପାହାଡ ପାଖରେ ବିପୁଳ ପରିମାଣର ପିସ୍ଫୋରକ ପାଇଥିଲେ ।  ମାଓବାଦୀଙ୍କ ଗୋଟିଏ ବ୍ୟାଗରେ ଏହି ବିସ୍ଫୋରକ ସବୁ ରଖାଯାଇଥିଲା ।ବ୍ୟାଗରେ 2 ଟି ପ୍ରେସର ମାଇନ ବୋମା, 1 ଟିଏ ଟିଫିନ ବୋମା, ମେଡ଼ିସିନ, ବେଲ୍ଟ,ଡ୍ରେସ ସାବୁନ, ଓ ନୀତିଦିନ ବ୍ୟବହାର ସାମଗ୍ରୀ ଜବତ କରିଛନ୍ତି ଯବାନ। ତୁରନ୍ତ ସେଠାରେ BSF ବମ ସ୍କ୍ୱାର୍ଡ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଥିଲେ ।କିଛି ଦିନ ଧରି ସ୍ଵାଭିମାନ ଅଞ୍ଚଳରେ BSF ଯବାନ ବାରମ୍ବାର ମାଓ ସାମଗ୍ରୀ ଜବତ କରିବା ସହ ମାଓବାଦୀଙ୍କ ଯୋଜନାକୁ ଭଣ୍ଡୁର କରି ଆସୁଛନ୍ତି। ତେଣୁ ଏହି ବୋମା BSF ଯବାନଙ୍କ ଉଦେଶ୍ୟରେ ଲଗାଯାଇଥିବା ସନ୍ଦେହ କରାଯାଉଛି ।