
ବୁଗୁଡା,୨୨/୦୨(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକ୍ ର ଖୋଳଖାଳି ଗ୍ରାମର ସମାଜସେବୀ ତଥା ଖ୍ୟାତିନାମା ବରିଷ୍ଠ କଂଗ୍ରେସ ନେତା ସ୍ବର୍ଗତ ସୁଶାନ୍ତ କୁମାର ରାଉତଙ୍କ ଧର୍ମପତ୍ନୀ ଚନ୍ଦ୍ରମା କୁମାରୀ ରାଉତ(୭୬)ଙ୍କ ଆଜି ପରଲୋକ ହୋଇଯାଇଛି । ସେ ବହୁଦିନ ଧରି ସ୍ବାସ୍ଥ୍ୟ ଅବନତି ଯୋଗୁଁ ଭଜଂନଗର ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରୁଥିବା ସାନବୋହୁଙ୍କ ନିକଟରେ ରହି ଚିକିତ୍ସିତ ହେଉଥିଲେ । ଚନ୍ଦ୍ରମା ଦେବୀ ଇହଧାମ ତ୍ୟାଗ କଲାପରେ ନିଜସ୍ୱ ଗ୍ରାମ ଖୋଳଖାଳିକୁ ଆଣିଥିଲେ । ତାପରେ ଏ ଦୁଃଖଦ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ଶେଷ ଦର୍ଶନ କରିବା ପାଇଁ ସମସ୍ତଙ୍କ ସମାଗମ ହୋଇଥିଲା । ତାଙ୍କରି ଦୁଇ ପୁଅ ଜାନକୀ ବଲ୍ଲଭ ରାଉତ, ସାନପୁଅ ରାମାବଲ୍ଲଭ ରାଉତ ଓ ଦୁଇ ବୋହୁ,ଜ୍ୟାଇଁ,ଝିଅ,ନାତି ଓ ନାତୁଣୀମାନେ ଉପସ୍ଥିତ ଥିଲେ । ନିଜ ଗ୍ରାମ ଶ୍ବଶାନରେ ସାନପୁଅ ମୁଖାଗ୍ନି ଦେଇ ଶବ ସଂସ୍କାର କାର୍ଯ୍ୟ ସମାପନ ହୋଇଥିଲା ।
ରିପୋର୍ଟ , ତ୍ରିଲୋଚନ ପଣ୍ଡା ।


