Tuesday, November 17, 2026
Home ଆଞ୍ଚଳିକ ଓଡ଼ିଆ ଭାଷାକୁ ସରକାରୀ ମାନ୍ୟତା ଦାବୀ କରି କନ୍ଧମାଳ ରେ ପୁନଃ କଳାପତାକା ଅଭିଯାନ

ଓଡ଼ିଆ ଭାଷାକୁ ସରକାରୀ ମାନ୍ୟତା ଦାବୀ କରି କନ୍ଧମାଳ ରେ ପୁନଃ କଳାପତାକା ଅଭିଯାନ

52

ବାଲିଗୁଡା,22/02. { ସୁକାନ୍ତ କୁମାର ତ୍ରିପାଠୀ } : ଓଡ଼ିଆ ଭାଷାକୁ ସରକାରୀ ଭାବେ ପ୍ରଚଳନ ପାଇଁ ବିଶ୍ୱ ମାତୃଭାଷା ଦିବସରେ ବାଲିଗୁଡା ଠାରେ ଆରମ୍ଭ ହୋଇଛି ଭାଷା ଆନ୍ଦୋଳନ।ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ନିକଟରେ ଧୂପଦାନ କରି ଓଡ଼ିଆ ଭାଷା ପ୍ରଚଳନ ପାଇଁ ପ୍ଲିକାର୍ଡ ପ୍ରଦର୍ଶନ କରିଥିଲେ।ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚାରି ଚାରି ଥର ଘୋଷଣା ସତ୍ତ୍ବେ ବି ଓଡିଆ ଭାଷା ସରକାରୀ ଭାବେ କାର୍ଯ୍ୟ କାରୀ ହେବାକୁ ଆବଶ୍ୟକ ନିୟମ କାନୁନ ପ୍ରଣୟନ ହେଲା ନାହିଁ। କିନ୍ତୁ ଓଡିଶା ବାସୀଙ୍କୁ ଶୋଷଣ କରୁଥିବା ନିଷ୍ଠୁର ଇଂରେଜ ଶାସକ ତତ୍କାଳୀନ ବରପୁତ୍ରମାନଙ୍କ ନିଃସ୍ୱାର୍ଥପର ଲଢେ଼ଇ ଫଳରେ ବାଧ୍ୟ ହୋଇ ଭାଷା ଭିତ୍ତିରେ ଓଡିଶା କୁ ପ୍ରଥମ ରାଜ୍ୟ ଭାବେ ମାନ୍ୟତା ଦେଇଥିଲେ ଓ ଓଡ଼ିଆ ଭାଷାରେ ଶାସନ କାର୍ଯ୍ୟ ପାଇଁ ୧୯୩୭ରେ ନିର୍ଦ୍ଦେଶ ଦେଇଥିଲେ। ସ୍ୱାଧିନ ଭାରତ ରେ ଓଡିଶା ର ପ୍ରଥମ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ୧୯୫୪ ମସିହାରେ ସମ୍ବିଧାନର ୩୪୫ଧାରା ଅନୁସାରେ ଭାଷା ଅଧିନିୟମ ଅନୁଯାୟୀ ଓଡ଼ିଆ ଭାଷାକୁ ସରକାରୀ ଭାଷାର ମାନ୍ୟତା ଦେଇ ପ୍ରଶାସନିକ କ୍ଷେତ୍ରରେ ସରକାରୀ କାର୍ଯ୍ୟାଳୟ ରେ ଓଡ଼ିଆ ଭାଷାରେ ଲେଖାପଢ଼ା ଆରମ୍ଭ କରିଥିଲେ।କିନ୍ତୁ ୧୯୬୩ର ଧାରା ୩ କ ଅନୁସାରେ ତତ୍କାଳୀନ ସରକାର ବିଧାନସଭାର କାର୍ଯ୍ୟ ଓଡ଼ିଆ ଭାଷା ସହ ଇଂରାଜୀ ଭାଷାରେ ହେବ ବୋଲି ଅଗଣତାନ୍ତ୍ରିକ ଭାବେ ଭାଷା ବିଧେୟକ ପାଶ କରାଇଥିବାରୁ ଏ ଯାଏ ଆମ ସମ୍ବିଧାନ ପ୍ରଦତ୍ତ ଆମ ମାତୃଭାଷା ରେ ଶାସନ କାର୍ଯ୍ୟ ହୋଇ ପାରି ନାହିଁ।ତେଣୁ ୨୦୧୫ ମସିହାରେ ଗଜାନନ ମିଶ୍ର ଓଡ଼ିଆ ଭାଷାର ସରକାରୀ ମାନ୍ୟତା ପାଇଁ ଆମରଣ ଅନଶନ ଓ ସୁବାଷ ପଟ୍ଟନାୟକ ଙ୍କ ଭାଷା ଆନ୍ଦୋଳନ ଫଳରେ ଓଡିଶା ସରକାର ଏକ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରି ଓଡ଼ିଆ ଭାଷା ପ୍ରଚଳନ ପାଇଁ ଚିଠା ପ୍ରସ୍ତୁତ କରିଥଲେ।ଏହାକୁ ଆଧାର କରି ମୁଖ୍ୟମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ ଦୁଇ ଥର ସ୍ୱତନ୍ତ୍ର କ୍ୟାବିନେଟ ବସି ଘୋଷଣା ହେଲା ,କିନ୍ତୁ ଭାଷା ଆଇନ କାର୍ଯ୍ୟକାରୀ ହେଲା ନାହିଁ।ତା ବଦଳରେ ମୂଳ ଆଇନଟିକୁ ମାରି ଦେବାକୁ ଚକ୍ରାନ୍ତ କରି ଭାଷା ଆଇନଟିକୁ ଲକ ।