Saturday, November 14, 2026
Home ଜିଲ୍ଲା ହାଟମୁନିଗୁଡା ଡାଇନିଂ ହଲ ନିମ୍ନମାନର କାର୍ଯ୍ୟ ଓ ଦୁଇ ଠିକା ସରକାରୀ କର୍ମଚାରୀ ଙ୍କ...

ହାଟମୁନିଗୁଡା ଡାଇନିଂ ହଲ ନିମ୍ନମାନର କାର୍ଯ୍ୟ ଓ ଦୁଇ ଠିକା ସରକାରୀ କର୍ମଚାରୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନାଏବ ସରପଞ୍ଚ ଙ୍କ ଦାବି

183

ହାଟମୁନିଗୁଡା,{ପ୍ରସନ କୁମାର ପଣ୍ଡା}: ହାଟମୁନିଗୁଡା ଡାଇନିଂ ହଲ ନିମ୍ନମାନର କାର୍ଯ୍ୟ ଓ କାର୍ଯ୍ୟ କରିଥିବା ହାଟମୁନିଗୁଡା ଜି ଆର ଏସ୍ ଓ ପିଇଓ ଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହାଟମୁନିଗୁଡା ନାଏବ ସରପଞ୍ଚ ଦାବି କରୁଛନ୍ତି।ବିନା ଅଭିଯୋଗ କାରିକ ଉପସ୍ଥିତିରେ କିପରି ଜାଲିଆତି ରିପୋର୍ଟ ଜିଲ୍ଲାପାଳ ଙ୍କୁ ଦିଆଯାଇଥିବା ଅଭିଯୋଗ କରିଛନ୍ତି ନାଏବ ସରପଞ୍ଚ ନରସିଂହ ମିଣିଆକା। ଯଦି ଏହା ସମସ୍ତ ଗଣମାଧ୍ୟମ ଯେଉଁ ଭିଡିଓ ବାରମ୍ବାର ଖବର ପ୍ରସାରଣ ହେଉଛି କଣ ତାହା ମିଥ୍ଯା କି।

ଏହି ଡାଇନିଂ ହଲ ଦୁର୍ନୀତି ସମ୍ପର୍କରେ ହାଟମୁନିଗୁଡା ପଚାୟତ ର ବର୍ତ୍ତମାନ ର ନାଏବ ସରପଞ୍ଚ ନରସିଂହ ମିଣିଆକା ଖୋଦ ନିଜେ ନିମ୍ନମାନର କାର୍ଯ୍ୟ ଓ ଟଙ୍କା ହଢପ୍ କଥା ନିଯେ ଅଭିଯୋଗ କରିଛନ୍ତି ଏବଂ ପଚାୟତ ର ଆଉ କେତେକ ଦୁର୍ନୀତି ସମ୍ପର୍କରେ ବିଗତ କାଲି ବିଷମକଟକ ବିଡ଼ିଓ ଆଲବଟ ଲାକ୍ରା ଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି। ତେଣୁ ଏହି କାମ ରେ ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ କରାଗଲେ ସବୁ ଦୁର୍ନୀତି ର ରହସ୍ୟ ର ଘୁମୁର ଖୋଲିବ ବୋଲି କହିଛନ୍ତି ନାଏବ ସରପଞ୍ଚ। ବିଡ଼ିଓ ଆଲବଟ ଲାକ୍ରା ଙ୍କୁ ଯୋଗାଯୋଗ କରିବା ପରେ ସେ କହିଛନ୍ତି ଯେ ହାଟମୁନିଗୁଡା ଡାଇନିଂ ହଲ ରେ କୈଣସି ଦୁର୍ନୀତି ହୋଇନାହିଁ ବୋଲି ସଫେଇ ଦେଇ ଛନ୍ତି ବିଡ଼ିଓ।

କୈଣସି ବରିଷ୍ଠ ଅଧିକାରୀ ମାନେ ତଦନ୍ତ କୁ ନ ଆସି ମିଥ୍ୟା କାଗଜ ପତ୍ର ଜଗାଡୁ ଛନ୍ତି କେମିତି । ଯଦି ଏହାର ସଠିକ ତଦନ୍ତ ସପ୍ତାହ ମଧ୍ୟରେ କରା ନ ଯାଏ ତାହେଲେ ଜିଲ୍ଲା ପ୍ରଶାସନ ଲିଖିତ ଅଭିଯୋଗ ଦେଇ ରାୟଗଡା ଭବାନୀପାଟଣା ମୁଖ୍ୟ ରାଜ ରାସ୍ତା ଅବରୋଧ କରିବା ପାଇଁ ହାଟମୁନିଗୁଡା ପଚାୟତ ବାସୀ ଓ ନାଏବ ସରପଞ୍ଚ ମତ ଦେଇଛନ୍ତି।