
୨୨/୦୨/୨୧ (ଜିଲ୍ଲା ଖବର) : ସୁନ୍ଦରଗଡ଼ ଜିଲ୍ଲାରେ ବ୍ୟାଡମିଣ୍ଟନ ଖେଳର ସୁଦୂର ପ୍ରଚାର ଓ ପ୍ରସାର ପାଇଁ ଗତ ତିନି ବର୍ଷ ଧରି ଆୟୋଜିତ ହେଉଅଛି ସୁନ୍ଦରଗଡ଼ ବ୍ୟାଡମିଣ୍ଟନ ଲିଗ୍। ଏହି ପ୍ରକରଣରେ ସୁନ୍ଦରଗଡ଼ ଇଣ୍ଡୋର୍ ହଲ୍ ରେ ଆୟୋଜିତ ହୋଇଥିଲା ତୃତୀୟ ସୁନ୍ଦରଗଡ଼ ବ୍ୟାଡମିଣ୍ଟନ ଲିଗ୍। ଏହି ପ୍ରତିଯୋଗିତାରେ ଅନୁଗୁଳ,ଝାରସୁଗୁଡ଼ା,ଟିଟିଲାଗଡ, ବଲାଙ୍ଗୀର,ସୋନପୁର, ସମ୍ବଲପୁର, ରାଉରକେଲା ଏବଂ ସୁନ୍ଦରଗଡରୁ ୮୦ ଜଣ ଖେଳାଳୀ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀ ନିଖିଲ ପବନ କଲ୍ୟାଣ ମୁଖ୍ୟଅତିଥି ଭାବରେ ଯୋଗଦେଇ ଖେଳାଳି ଙ୍କୁ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ କରିଥିଲେ। ସୁନ୍ଦରଗଡ଼ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସାଗରିକା ନାଥ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଏହି ଲିଗ୍ ରେ ବଲାଙ୍ଗୀର ଜିଲ୍ଲାର ସୁରେନ ଓ ସୁଧୁ ଚାମ୍ପିଅନ ହୋଇ ଟଙ୍କା ୧୦୦୦୦/- ନଗଦ ପୁରସ୍କାର ରାଶି ପାଇଥିବା ବେଳେ ଅନୁଗୁଳ ଜିଲ୍ଲାର ଖେଳାଳୀ ଅମ୍ଳାନ ଓ ଦିବ୍ୟଜ୍ୟୋତି ଟଙ୍କା ୮୦୦୦/- ନଗଦ ପୁରସ୍କାର ରାଶି ସମ୍ମାନିତ ଅତିଥି ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ଶ୍ରୀ ପ୍ରଭାତ କୁମାର ଭୋଳ ଙ୍କ ଠାରୁ ଗ୍ରହଣ କରିଥିଲେ। ଏହି ଅବସରରେ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ଶ୍ରୀ ପ୍ରଭାତ କୁମାର ଭୋଳ ସୁନ୍ଦରଗଡ଼ ର ଖେଳାଳୀ ମାନଙ୍କ ମଧ୍ୟରେ କିପରି ଏହି ଖେଳର ପ୍ରଦର୍ଶନରେ ଉନ୍ନତୀ ଆଣିହେବ ସେ ଦିଗରେ ସମସ୍ତ ପ୍ରୟାସ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ତଥା ଜିଲ୍ଲାର ଖେଳାଳୀ ଯେମିତି ବାହାରକୁ ଯାଇ ଅନ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ସେ ବିଷୟରେ ଧ୍ୟାନ ଦେବେ ବୋଲି ପ୍ରକାଶ କରିଥିଲେ। ଏହି ପ୍ରତିଯୋଗିତାକୁ ଶିଶିର ପଟେଲ୍,ଜୟନ୍ତ ନାଏକ, ବାଳଗୋପାଳ ମିଶ୍ର,ପ୍ରଭାତ ପଟେଲ୍,ସତ୍ୟଜିତ ନାଏକ,ପ୍ରେମ କୁମାର,ଜୟନ୍ତ ଧଳ,ଅବନୀ ମିଶ୍ର,ରାଜା,ଶୁଭମ୍, ଶୁଭାଶିଷ,ସମ୍ବିତ ଓ ଆନନ୍ଦ ଚନ୍ଦ୍ର ହୋତା ଆୟୋଜିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସତ୍ୟଜିତ ଓ ଆଲୋକ ସ୍କୋରର ଭାବରେ ଓ ମମତାଜ୍ ଏବଂ ସୁବ୍ରତ ଯୋଶୀ ମ୍ୟାଚ୍ ରେଫରି ଦାୟିତ୍ବ ନିର୍ବାହ କରିଥିଲେ।
ବିଶ୍ୱରଂଜନ ହୋତା ସୁନ୍ଦରଗଡ଼



