Sunday, November 15, 2026
Home ଆଞ୍ଚଳିକ ଅଧାପନ୍ତରିଆ ହୋଇ ପଡ଼ିରହିଛି ମାର୍କେଟ କମ୍ପ୍ଲେକ୍ସ

ଅଧାପନ୍ତରିଆ ହୋଇ ପଡ଼ିରହିଛି ମାର୍କେଟ କମ୍ପ୍ଲେକ୍ସ

14

ଚନ୍ଦ୍ରପୁର୨୨/୦୨/୨୧ (ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦମହକୁମାରେ ବସ ଷ୍ଟାଣ୍ଡ ଠାରେ ନିର୍ମିତ ହୋଇଛି ମାର୍କେଟ କମ୍ପ୍ଲେକ୍ସ ବ୍ଲକ ତରଫରୁ ଆଯକୁ ପ୍ରାୟ ୪/୫ ବର୍ଷ ହେବ ଅଧାପନ୍ତରିଆ ହୋଇ ପଡ଼ିରହି ଥିବା ବିଭିନ୍ନ ଗଣ ମାଧ୍ୟମ ଖବକାଗଜମାନଙ୍କରେ ପ୍ରକାଶ ପାଇ ଥିଲା । ଗଣ ମାଧ୍ୟମ ରେ ପ୍ରକାଶିତ ହେବାପରେ ଟିଣ ଛପର ହୋଇଗଲା । ଟିଣ ଛପର ହୋଇ ଆଜକୁ ଦୁଇ ବର୍ଷ ହେବ ଅଧାପନ୍ତରିଆ ହୋଇ ପଡ଼ିରହି ଥିବା ଯୋଗୁଁ ବ୍ଲକ ପ୍ରଶାସନିକ ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଚନ୍ଦ୍ରପୁର ବ୍ଲକ ପ୍ରଶାସନିକ ଅଧିକାରୀ ମାନଙ୍କ ଏଥି ପ୍ରତି ନିଦ ଭାଙ୍ଗିବା ଦେଖି ବାକୁ ମିଳୁନାହିଁ । ଏଣୁ ଉପରିସ୍ଥର୍କୃପକ୍ଷ ଚନ୍ଦ୍ରପୁର ବସ ଷ୍ଟାଣ୍ଡ ଠାରେ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ପ୍ରତି ଦୃଷ୍ଟି ଆକର୍ଷଣ କରିବା ସହ ମାର୍କେଟ କମ୍ପ୍ଲେକ୍ସ ସଂପୂଣ୍ଣ କରିବାକୁ ଚନ୍ଦ୍ରପୁର ଅଞ୍ଚଳ ବାସି ନିବେଦନ କରିଛନ୍ତି ।