Wednesday, October 14, 2026
Home ଅପରାଧ ଆତଙ୍କ ରାଜ ସୃଷ୍ଟି କରୁଥିବା ୪ ଡକାୟତ ଗିରଫ

ଆତଙ୍କ ରାଜ ସୃଷ୍ଟି କରୁଥିବା ୪ ଡକାୟତ ଗିରଫ

48

ଖୋର୍ଦ୍ଧା ,୨୨/୦୨(ଜିଲ୍ଲା ଖବର) :    ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଆତଙ୍କ ରାଜ କରୁଥିବା ୪ ଡକାୟତକୁ  ସ୍ପେଶାଲ ସ୍କୁଆଡ଼ ସହ ଜଙ୍କିଆ ଏବଂ ସଦର ଥାନା ପୋଲିସ ମିଳିତ ଭାବେ ଧରିବାରେ ସଫଳ ହୋଇଛନ୍ତି। ଗିରଫ ଡକାୟତ ମାନେ ହେଲେ ସଦର ଥାନା ଅନ୍ତର୍ଗତ ଦେଉଳଟାଙ୍ଗିରସୁନୀଲ କୁମାର ପ୍ରଧାନ, ଜଟଣୀ ଥାନା ଅରୁଗୁଳ ର ଆଦିତ୍ୟ ସାହୁ, ଦଳେଇପୁଟ ରଶୁଭେନ୍ଦୁ ସାମନ୍ତରାୟ ଏବଂ ବାରଘରପାଟଣା ର ଶିବ ସୁନ୍ଦର ଦାସ। ଏହିମାନେ ପେଷାଦାର ଡକାୟତ। ଗତ ବହୁବର୍ଷ ଧରି ୧୬ ନଂ ଜାତୀୟ ରାଜପଥ ର ଧଉଳିମୁଁହ ରେଳ ଷ୍ଟେସନ, ତାପଙ୍ଗ ଛକ, ମଳିପଡା ଅଞ୍ଚଳରେ ଡକାୟତି, ରାହଜନୀ, ଲୁଟରେ ସମ୍ପୂର୍କ୍ତ ଥିଲେ। ଗତ ୧୯ ତାରିଖ ଦିନ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଜଗନ୍ନାଥ ପୁର ର ସନ୍ତୋଷ କୁମାର ସାହୁ ଙ୍କୁ ମରଣାନ୍ତକ ଆକ୍ରମଣ କରି ବାଇକ, ମୋବାଇଲ, ତାଙ୍କ ଲୁଟ କରିଥିଲେ। ସନ୍ତୋଷ ର ଅଭିଯୋଗ କ୍ରମେ ଖୋର୍ଦ୍ଧା ଏସ୍ଡିପିଓ ସୁଶୀଲ ମିଶ୍ରଙ୍କ ନେତୃତ୍ୟ ରେ ସଦର ଥାନା ଆଇଆଇସି ଅନିତା ପ୍ରଧାନ ଏବଂ ଜଙ୍କିଆ ଆଇଆଇସି ଏବଂ ସ୍ପେଶାଲ ସ୍କୁଆଡ଼ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମଳିପଡା ର ଏକ ପରିତ୍ୟକ୍ତ ସ୍ଥାନରୁ ଠାବ କରି ଏମାନଙ୍କୁ ଧରିଥିଲେ। ପୋଲିସ ର ତଦନ୍ତ ପଟେ ଏହି ଡକାୟତ ମାନଙ୍କଠାରୁ ୪ ଲୁଟ କରିଥିବା ୪ ଟି ବାଇକ, ନଗଦ ୨୧ହଜାର ୩୫୦ ଟଙ୍କା, ସହ ୮ ଟି ଅଫୁଟା ବୋମା, ପିସ୍ତଲ, ମାରଣାସ୍ତ୍ର ଜବତ କରାଯାଇଛି।  ଲୋକଙ୍କୁ ଆକ୍ରମଣ କରୁଥିବା ସମୟରେ ଲଙ୍କା ଗୁଣ୍ଡ, ଭଙ୍ଗ ବୋତଲ ଭଳି ସାଙ୍ଘାତିକ ଜିନିଷ ଏମାନେ ବ୍ୟବହାର କରୁଥିବାର ଜଣାପଡିଛି। ଏହି ଡକାୟତି ମନେ ପୂର୍ବରୁ ବିଭିନ୍ନ ଅପରାଧରେ ଲିପ୍ତ ହୋଇ ଜେଲ ଯାଇଛନ୍ତି। । ଗତକାଲି ପୋଲିସ ର ମିଳିତ ଚଢ଼ାଉ ଫଳରେ ଡକାୟତି କରିବା ପାଇଁ ପ୍ରସ୍ତୁତି କରିବା ସମୟରେ ଧରପଡିଲେ ବୋଲି ଖୋର୍ଦ୍ଧା ଏସ୍ପି ରାଜ କିଶୋର ଦୋରା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ମଙ୍କ ବିରୁଦ୍ଧରେ ଖୋର୍ଦ୍ଧା ସଦର ଥାନାରେ କେଶ ନଂ୧୯ଏବଂ ୨୦/ ୨୧ ଏବଂ ଜଙ୍କିଆ ଥାନାରେ କେଶ ନଂ ୩୨ / ୧୭.୨.୨୧ ପୃଥକ ପୃଥକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ରୀପୋର୍ଟ , ସଞ୍ଜୀବ କୁମାର
.