Tuesday, November 17, 2026
Home ଆଞ୍ଚଳିକ ନିଖିଳ ଓଡିଶା ଏମ୍.ଡି.ଏମ୍ ପାଚିକା ସଂଘର ଜରୁରୀ ବୈଠକ

ନିଖିଳ ଓଡିଶା ଏମ୍.ଡି.ଏମ୍ ପାଚିକା ସଂଘର ଜରୁରୀ ବୈଠକ

18

ଆସିକା,୨୧/୦୨ (ଜିଲ୍ଲା ଖବର) : ନିଖିଳ ଓଡିଶା ଏମ୍.ଡି.ଏମ୍ ପାଚିକାସଂଘ ଗଂଜାମ ଜିଲ୍ଲା କମିଟିର ଏକ ଜରୁରି କାଳିନ ବୈଠକ ଏକ୍ସ ଏମ.ପି ଡି.କେ ପଣ୍ଡାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି |କାର୍ଯକାରି ସଭାପତି ମିନତି ସାହୁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉକ୍ତ ବୈଠକ ରେ ଆସନ୍ତା ମାର୍ଚ ମାସ ପ୍ରଥମ ସପ୍ତାହ ରେ ଗଂଜାମ ଜିଲ୍ଲା ଗୋଷ୍ଠି ଶିକ୍ଷାଧିକାରୀ ଙ୍କ କର୍ଯାଳୟ ଠାରେ ମୁଖ୍ୟ ପାଞ୍ଚ ଦଫା ଦାବିନେଇ ଆନ୍ଦୋଳନ କରାଯିବା ନେଇ ନିଷ୍ପତି ହୋଇଥିଲା | ୬୦୦/ ୪୦୦ ହିସାବରେ ୨୮ ମାସର ପୂର୍ବ ବକେୟା ଭତା ଶୀଘ୍ର ପ୍ରଦାନ, ପାଚିକା ମାନଙ୍କୁ ନିର୍ଦ୍ଧିଷ୍ଟ ସମୟରେ ପ୍ରତିମାସର ଭତା ପ୍ରଦାନ,
ଛଟେଇ କରିଥିବା ପାଚିକା ମାନଙ୍କୁ ପୁନଃ ନିଯୁକ୍ତି,ମଧ୍ୟାହ୍ନ ଭୋଜନ କାର୍ଯକ୍ରମ ବ୍ୟତିତ ପାଚିକା ମାନଙ୍କୁ ଅନ୍ୟ କାର୍ଯରେ ନିୟୋଜିତ ନ କରିବା, ପ୍ରତିବର୍ଷ ପାଚିକା ମାନଙ୍କୁ ଡ୍ରେସ କୋଡ଼ ପ୍ରଦାନ ଇତ୍ୟାଦି ଦାବୀ ନେଇ ଆନ୍ଦୋଳନ କରାଯିବ |ଉକ୍ତ ବୈଠକରେ କମିଟି ସଭାପତି ଶ୍ରୀ ରାଜେନ୍ଦ୍ର କୁମାର ଦାସ,ଉପଦେଷ୍ଟା ଶ୍ରୀ ବିଦେଶି ନାହାକ,ସଂଗଠକ ଶ୍ରୀ ପ୍ରଶ୍ନ ରାଉତ,ସମ୍ପାଦିକା କୁନୀ ମହାପାତ୍ର, ରୁନୁ ବେହରା,ସନ୍ଧ୍ୟାପୋଲାଇ,ସୁବାସିନି ବେହରା ଓ ଅନାନ୍ୟ ବ୍ଳକ ପ୍ରତିନିଧି ମାନେ ମଧ୍ୟ ଯୋଗଦେଇଥିଲେ |