Sunday, November 15, 2026
Home ଆଞ୍ଚଳିକ ରାଜ୍ୟକୁ ପୁଣି ଫେରିବ ଲକଡାଉନ ?

ରାଜ୍ୟକୁ ପୁଣି ଫେରିବ ଲକଡାଉନ ?

57

ଖୋର୍ଦ୍ଧା,୨୧/୦୨(ଜିଲ୍ଲା ଖବର) : କରୋନା ମହାମଆରୀ ପାଇଁ ସମଗ୍ର ଭାରତ ବର୍ଷରେ କେନ୍ଦ୍ର ସରକାର ଦ୍ଵାରା ଲକଡଉନ କରଯାଇଥିଲା । ଯାହାଫଳରେ ସମସ୍ତ ଶିକ୍ଷା ଅନୁଷ୍ଠାନ ସହ ସମସ୍ତ କାର୍ଯ୍ୟ ଅନୁଷ୍ଠାନ ବନ୍ଦ ହୋଇଯାଇଥିଲା । ଗତବର୍ଷ କରୋନା ମହାମଆରୀ ପାଇଁ କେନ୍ଦ୍ର ସରକାର ସମଗ୍ର ଭାରତ ବର୍ଷରେ ୬ ମାସ କାଳ ଲକଡାଉନ ଜାରି କରିଥିଲେ । ଏହି କରୋନା ମହାମଆରୀ ସମଗ୍ର ବିଶ୍ଵ ପାଇଁ ସଙ୍କଟ ହୋଇଥିଲା । ଯାହାଫଳରେ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ଯାଇ ଥିଲା । ରାଜ୍ୟରେ କୋଭିଡର କୋପ କମିଥିଲେ ବି ବର୍ତ୍ତମାନ ପୁଣିଥରେ କୋଭିଡର ପରବର୍ତ୍ତୀ ରୂପ ଆରମ୍ଭ କରିଛି । ବିଦେଶ ପରେ ବର୍ତ୍ତମାନ ଭାରତ ରେ ପାଞ୍ଚଟି ରାଜ୍ୟରେ କୋଭିଡର ସନକ୍ରମଣ ବଢିବାରୁ ଏହି ଭୟ ଆସିଛି । ଗତ କିଛି ଦିନ ମଧ୍ୟରେ କେରଳ, ମହରାଷ୍ଟ୍ର, ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡରେ ଅତି ଦ୍ରୁତ ଗତିରେ ବଢୁଛି କରୋନା ସନକ୍ରମଣ । ଏମିତି ମହାରଷ୍ଟ୍ରର କିଛି ଅଞ୍ଚଳରେ ପୁଣି ଲକଡାଉନ ଜାରି ହେବାରୁ ବର୍ତ୍ତମାନ ଚିନ୍ତା ବଢିଛି ।
ଏହି ଭଳି ପରିସ୍ଥିତିରେ ରାଜ୍ୟ ବାସୀ ମାନଙ୍କୁ ଅଧିକ ସତର୍କ ହେବା ପାଇଁ ବିଶେଷଜ୍ଞ ମାନେ ପରାମର୍ଶ ଦେଇଛନ୍ତି ଓ ରାଜଧାନୀରେ କରୋନା କଟକଣାକୁ କଡା କଡି ପାରିବା ପାଇଁ ଚେତାବନୀ ଦେଇଛି କମିସନରେଟ ପୋଲିସ । ସମସ୍ତ ଲୋକଙ୍କୁ ସଚେତନ ହେବା ପାଇଁ ପରାମର୍ଶ ଦେଇଛନ୍ତି ।
କୋଭିଡ ନିୟମକୁ ଆଖି ଆଗରେ ରଖି ସତର୍କ ରୁହନ୍ତୁ କାରଣ କେତେବେଳେ ବି ଲକଡାଉନ ହେବାର ସମ୍ଭାବନା ରହିଛି ।

ରୀପୋର୍ଟ , ସଞ୍ଜୀବ କୁମାର