ଆର ବି ଏସ କେ ଆୟୁଷ ଡାକ୍ତର ସଂଘ ର ରାଜ୍ୟସ୍ତରୀୟ ବୈଠକ

217

କଟକ,୨୧/୦୨(ଜିଲ୍ଲା ଖବର) : ଓଡିଶା ଆର ବି ଏସ କେ ଆୟୁଷ ଡାକ୍ତର ସଂଘ ର ରାଜ୍ୟ ସ୍ତରୀୟ ବୈଠକ କଟକ ସ୍ଥିତ ଅଶୋକ ହୋଟେଲ ରେ ଅନୁଷ୍ଠିତ ହୋଇଛି।ଆୟୁଷ ଆର ବି ଏସ କେ ଡାକ୍ତର ମାନେ ଅଙ୍ଗନବାଡ଼ି ,ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ର ଜନ୍ମ ରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ପିଲା ଙ୍କ ର ଜନ୍ମଗତ ତ୍ରୁଟି ଯଥା ପାଦ ବଙ୍କା, ଗ୍ରହଣ ଖଣ୍ଡିଆ,ହୃଦ ରୋଗ, ଆଖି ର ପରଳ ଆଦି ର ସଫଳ ଚିହ୍ନଟ ଓ ଚିକିତ୍ସା କରୁଛନ୍ତି। ପୋଷକ ତତ୍ତ୍ୱ ଅଭାବ , ବାଲ୍ୟାବସ୍ଥା ରୋଗ , ବିଳମ୍ବିତ ଅଭିବୃଦ୍ଧି ତଥା ଭିନ୍ନକ୍ଷମତା ଆଦି ର ସରଳ ପରୀକ୍ଷା ଓ ଚିକିତ୍ସା ମାଗଣା ରେ କରାଉଛନ୍ତି। ଏତଦବ୍ୟତୀତ ଫନି, ତୀତଲି ଭଳି ଦୈବୀ ଦୁର୍ବିପାକ ର ବି ସଫଳ ମୁକାବିଲା କରିଛନ୍ତି। ସମ୍ପ୍ରତି ସମାଜ ରେ କାୟା ବିସ୍ତାର କରିଥିବା କରୋନା ମହାମାରୀ କୁ ଦମନ କରିବାରେ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଛନ୍ତ ଏହି ଆର ବି ଏସ କେ ଆୟୁଷ ଡାକ୍ତର ମାନେ। କରୋନା କୁ ପ୍ରତିହତ କରିବା ଯୁଦ୍ଧ ରେ ଜୀବନ ହାରିଛନ୍ତି ଅନେକ ଆର ବି ଏସ କେ ଆୟୁଷ ଡାକ୍ତର। ଏହିଭଳି ଉତ୍ସର୍ଗୀକୃତ ଭାବେ ନିରନ୍ତର କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ ବି ଆର ବି ଏସ କେ ଆୟୁଷ ଡାକ୍ତର ମାନଙ୍କୁ ସରକାର ସ୍ୱଳ୍ପ ଦରମା ରେ କାମ କରେଇବା ପରିତାପର ବିଷୟ। ଦୀର୍ଘ ୭ ବର୍ଷ ଧରି କାମ କରି ଆସୁଥିଲେ ମଧ୍ୟ ସେମାନଙ୍କୁ ସ୍ଥାୟୀ କରିବାରେ ସରକାରୀ ଉଦାସୀନତା ଡାକ୍ତର ମାନଙ୍କୁ କର୍ମବିମୁଖ କରୁଛି।ସରକାର ସେମାନଙ୍କୁ ସ୍ଥାୟୀ କରିବା ଦିଗରେ ଉଚିତ ପଦକ୍ଷେପ ନ ନେଲେ ରାଜ୍ୟ ଆର ବି ଏସ କେ ଆୟୁଷ ଡାକ୍ତର ସଂଘ ରାଜରାସ୍ତା କୁ ଓଲହେଇବେ ବୋଲି ଉକ୍ତ ବୈଠକ ରେ ନିଷ୍ପତି ନିଅଯାଇଛି। ବୈଠକ ରେ ରାଜ୍ୟ ଆର ବି ଏସ କେ ଆୟୁଷ ଡାକ୍ତର ସଂଘ ସଭାପତି ସୁଶୀଲ କୁମାର ମହାପାତ୍ର ,ଉପସଭାପତି ଲିଙ୍ଗରାଜ ଦାଶ ,ସମ୍ପାଦକ ରବୀନ୍ଦ୍ର ସେଠୀ କୋଷାଧ୍ୟକ୍ଷ ରାକେଶ କୁମାର ଜେନା ଓ ଶୁଭେନ୍ଦୁ କୁମାର ଦାଶ ସମେତ ବିଭିନ୍ନ ଜିଲ୍ଲା ର କର୍ମକର୍ତ୍ତା ଉପସ୍ଥିତ ଥିଲେ।