Tuesday, November 17, 2026
Home ଆଞ୍ଚଳିକ ନୂଆ ଷ୍ଟ୍ରେନର ସଂକ୍ରମଣ ଭୟକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହେଲା...

ନୂଆ ଷ୍ଟ୍ରେନର ସଂକ୍ରମଣ ଭୟକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହେଲା ଏସଓପି

18

ବ୍ରହ୍ମପୁର୨୧/୦୨/୨୧ (ଜିଲ୍ଲା ଖବର) : ଦେଶରେ କିଛି ରାଜ୍ୟରେ କୋରୋନାର ନୂଆ ଷ୍ଟ୍ରେନକୁ ନେଇ ଭୟ । ନୂଆ ଷ୍ଟ୍ରେନର ସଂକ୍ରମଣ ଭୟକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହେଲା ଏସଓପି ।  ଧାର୍ମିକ ଅନୁଷ୍ଠାନ, ବଜାର, ବିଭିନ୍ନ ଅନୁଷ୍ଠାନରେ କୋଭିଡ ନିୟମର କଡାକଡି ପାଳନ କରାଯିବ । ସରକାରୀ କାର୍ଯ୍ୟାଳୟରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟ।ଜିଲ୍ଲାର ସମସ୍ତ ବ୍ଳକ, ତହସିଲ, ଏନଏସି ଗୁଡିକରେ ହେବ ମାସ୍କ ଚେକିଂ ପଏଣ୍ଟ । ସ୍ଥାନୀୟ ଥାନା ଅଧିକାରୀଙ୍କ ସହାୟତାରେ ବିଡିଓ ଓ ତହସିଲଦାର ମାସ୍କ ଯାଞ୍ଚ କରିବେ । ଆଶା, ଅଙ୍ଗନୱାଡି, ଏଏନଏମ କୋରୋନା ସନ୍ଦିଗ୍ଧ ମାନଙ୍କୁ ଚିହ୍ନଟ ସହ କୋଭିଡ ଟେଷ୍ଟ ପାଇଁ ନିର୍ଦ୍ଦେଶ । ଦୋକାନୀ ମାନେ କୋଭିଡ କଟକଣା ନ ମାନିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ ।