Home ଆଞ୍ଚଳିକ ବ୍ରାଉନସୁଗାର ସହିତ ବେପାରୀ ଗିରଫ

ବ୍ରାଉନସୁଗାର ସହିତ ବେପାରୀ ଗିରଫ

16

ମୟୂରଭଞ୍ଜ୨୧/୦୨/୨୧(ଜିଲ୍ଲା ଖବର) : ରାଇରଙ୍ଗପୁରରେ ବ୍ରାଉନସୁଗାର ସହିତ ବେପାରୀ ଗିରଫ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ବସଷ୍ଟାଣ୍ଡରୁ ବ୍ରାଉନସୁଗର ଜବତ କରାଯାଇଛି । ସେମାନଙ୍କୁ, ୬ ଦଶମିକ ୭୦ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ଅଭିଯୁକ୍ତକୁ ମଧ୍ୟ ଗିରଫ କରିଛି ଟାଉନଥାନା ପୋଲିସ । ଅଭିଯୁକ୍ତ ଯୁବକ ଜଣକ ହେଲେ ଝାଡଖଣ୍ଡ ରାଜ୍ୟର ଆଦିତ୍ୟପୁରର ଅବଦୁଲ କୁଏମ ।ଉକ୍ତ ଯୁବକ ଜଣକ ଝାଡଖଣ୍ଡରୁ ଆସି ରାଇରଙ୍ଗପୁର ଅଞ୍ଚଳରେ ପୂର୍ବରୁ ବ୍ରାଉନ ସୁଗାର ବିକ୍ରି କରିଆସୁଥିବା ପୋଲିସ ଖବର ପାଇ ଟ୍ରାକିଂ ଚଳାଇଥିଲା । ତେବେ ଆଜି ବାଇକରେ ଆସି ରାଇରଙ୍ଗପୁର ବସଷ୍ଟାଣ୍ଡରେ ଡିଲ କରିବା ପୂର୍ବରୁ ପୋଲିସ ଚଢ଼ାଉ କରି ବ୍ରାଉନସୁଗର ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ।