
ବିଷମକଟକ, (ପ୍ରସନ୍ନ କୁମାର ପଣ୍ଡା): ହାଟମୁନିଗୁଡା ଡାଇନିଂ ହଲ ଦୁର୍ନୀତି ସମ୍ପର୍କରେ ବିନା ଅଭିଯୋଗ କାରିକ ଉପସ୍ଥିତିରେ କିପରି ଜାଲିଆତି ରିପୋର୍ଟ ରାୟଗଡା ଜିଲ୍ଲାପାଳ ଙ୍କୁ ଦେଇ ଛନ୍ତି ବିଷମକଟକ ବିଡ଼ିଓ। ରାୟଗଡା ଜିଲ୍ଲା ପାଳ ଙ୍କୁ ଆଲୋଚନା କରିବା ସମୟରେ ଖୋଦ ଜିଲ୍ଲାପାଳ ଏହି ଅର୍ଥ ହେରଫେର ଘଟଣା ସମ୍ପୂର୍ଣ ମିଥ୍ୟା ଏବଂ ଭିତ୍ତିହୀନ ବୋଲି ବିଷମକଟକ ବିଡ଼ିଓ ରିପୋର୍ଟ ଦେଇଥିବା କହିଛନ୍ତି ରାୟଗଡା ଜିଲ୍ଲା ପାଳ। ଯଦି ସମସ୍ତ ଗଣମାଧ୍ୟମ ଯେଉଁ ଭିଡିଓ ବାରମ୍ବାର ଖବର ପ୍ରସାରଣ ହେଉଛି କଣ ତାହା ମିଥ୍ଯା କି। ଏହି ଡାଇନିଂ ହଲ ଦୁର୍ନୀତି ସମ୍ପର୍କରେ ହାଟମୁନିଗୁଡା ପଚାୟତ ର ବର୍ତ୍ତମାନ ର ନାଏବ ସରପଞ୍ଚ ନରସିଂହ ମିଣିଆକା ଖୋଦ ନିଜେ ନିମ୍ନମାନର କାର୍ଯ୍ୟ ଓ ଟଙ୍କା ହଢପ୍ କଥା ନିଯେ ଅଭିଯୋଗ କରିଛନ୍ତି ଏବଂ ପଚାୟତ ର ଆଉ କେତେକ ଦୁର୍ନୀତି ସମ୍ପର୍କରେ ବିଗତ କାଲି ବିଷମକଟକ ବିଡ଼ିଓ ଆଲବଟ ଲାକ୍ରା ଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି।ଏଥି ଅନିୟମିତତା ର ଗୋଟିଏ ପ୍ରଶ୍ନ ଯେ ଯଦି ସମ୍ପୁର୍ଣ୍ଣ ମିଥ୍ୟା ବୋଲି ବିଷମକଟକ ବିଡ଼ିଓ ସଫେଇ ଦେଉଛନ୍ତି ତାହା କେଉଁ ନେତା ଙ୍କ ଚାପରେ । ତେବେ ଏଠି ଗୋଟେ ପ୍ରଶ୍ନ ଉଠୁଛି ଯଦି କାମରେ ଅନିୟମିତତା ହୋଇନି ତେବେ ଯେଉଁ ଦୁର୍ନୀତି ର ଭିଡିଓ ଆଖୁ କୁ ଜଳ ଜଳ ହୋଇ ଦେଖା ଯାଉଛି କଣ ତାହା ସମ୍ପୁର୍ଣ୍ଣ ମିଥ୍ୟା କି। ନିର୍ବାଚିତ ପଞ୍ଚାୟତ ପ୍ରତିନିଧି କଣ ମିଛ କହୁ ଛନ୍ତି ନା ସରକାରୀ କଳ ମିଛ କହୁଛି ? ତେଣୁ ଏହି କାମର ଯାଞ୍ଚ ଭିଜିଲାନ୍ସ ବିଭାଗ ଦ୍ୱାରା କରାଗଲେ କିଏ ସତ କହୁଛି ଜଣା ପଡିବ ? ଜିଲ୍ଲାପ୍ରଶାସନ ଏହି ଘଟଣା କୁ କାହା ଚାପ ରେ ଘଣ୍ଟା ଘୋଡାଉଛନ୍ତି ଏବଂ କିଏ ଏହି ଘଟଣା ର ଅନ୍ତ ଘଟଇବାକୁ ଚେଷ୍ଟା କରୁଛି ଦେଖିବାକୁ ବାକି ରହିଲା ? ଅପରପକ୍ଷେ ଏହି ଘଟଣା ରେ ଜିଲ୍ଲାର ଜଣେ ପ୍ରଭାବଶାଳୀ ବିଧାୟକ ତଥା ମନ୍ତ୍ରୀ ଙ୍କ ଚାପ ପଡୁ ଥିବା ଆଲୋଚନା ହେଉଛି। ଜଣେ ସରକାରୀ କର୍ମଚାରୀ ଠିକା କାର୍ଯ୍ୟା କରି ପାରିବେକି। ଆଜି ଆମ ରାୟଗଡା ଜିଲ୍ଲା ର କିଛି ଗଣମାଧ୍ୟମ ପ୍ରତିନିଧି ବିଷମକଟକ ବିଡ଼ିଓ ଆଲବଟ ଲାକ୍ରା ଙ୍କୁ ଯୋଗାଯୋଗ କରିବା ପରେ ସେ କହିଛନ୍ତି ଯେ ହାଟମୁନିଗୁଡା ଡାଇନିଂ ହଲ ରେ କୈଣସି ଦୁର୍ନୀତି ହୋଇନାହିଁ ବୋଲି ସଫେଇ ଦେଇ ଛନ୍ତି ବିଡ଼ିଓ। କୈଣସି ବରିଷ୍ଠ ଅଧିକାରୀ ମାନେ ତଦନ୍ତ କୁ ନ ଆସି ମିଥ୍ୟା କାଗଜ ପତ୍ର ଜଗାଡୁ ଛନ୍ତି କେମିତି । ଯଦି ଏହାର ସଠିକ ତଦନ୍ତ ସପ୍ତାହ ମଧ୍ୟରେ କରା ନ ଯାଏ ତାହେଲେ ଜିଲ୍ଲା ପ୍ରଶାସନ ଲିଖିତ ଅଭିଯୋଗ ଦେଇ ରାୟଗଡା ଭବାନୀପାଟଣା ମୁଖ୍ୟ ରାଜ ରାସ୍ତା ଅବରୋଧ କରିବା ପାଇଁ ହାଟମୁନିଗୁଡା ପଚାୟତ ବାସୀ ମତ ଦେଇଥିଲେ।



