
ଖୋର୍ଦ୍ଧାରୋଡ,୨୦/୦୨(ଜିଲ୍ଲା ଖବର) : ଖୋର୍ଦ୍ଧାରୋଡ ରେଳପଥ ହସ୍ପିଟାଲରେ ରେଳପଥ ଡାକ୍ତରଙ୍କ ଏକଟିମ ଦ୍ୱାରା ଜଣେ ଅବସରପ୍ରାପ୍ତ ରେଳକର୍ମଚାରୀଙ୍କ ପତ୍ନୀଙ୍କ ଆଣ୍ଠୁ ଅସ୍ତୋପଚାର ସଫଳ ହୋଇଛି । ଭାରତୀୟ ରେଳସ୍ୱାସ୍ଥ୍ୟ ସେବା (ଆଇଆରଏଚଏସ)ର ନିୟମିତ ରେଳଡାକ୍ତରଙ୍କ ଦ୍ୱାରା ଏପରି ଅସ୍ତୋପଚାର ଖୋର୍ଦ୍ଧାରୋଡ ମଣ୍ଡଳରେ ଦ୍ୱିତୀୟଥର ପାଇଁ ସଫଳ ହୋଇପାରିଛି ବୋଲି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କୁହାଯାଇଛି । ୬୬ବର୍ଷିୟା ବୃଦ୍ଧା ଜଣଙ୍କ ଏହି ଆଣ୍ଠୁ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚାଲିବାବୁଲିବା ଅସମ୍ଭବ ହୋଇଯାଇଥିଲା । ବିଭିନ୍ନ ଚିକିତ୍ସାରେ କୈାଣସି ଉନ୍ନତି ନହେବାରୁ ବାଧ୍ୟହୋଇ ଅସ୍ତ୍ରୋପଚାରଲାଗି ଡାକ୍ତରଙ୍କ ପରାମର୍ଶକ୍ରମେ ସହମତି ହୋଇଥିଲେ । ତେବେ ବିଶେଷଜ୍ଞମାନଙ୍କ ଦ୍ୱାରା ଅସ୍ତ୍ରୋପଚାର ମାଧ୍ୟମରେ ସଂପୁର୍ଣ୍ଣ ଆଣ୍ଠୁ ଟିକୁ ପ୍ରତ୍ୟାବର୍ତନ କରାଯାଇଥିଲା । ଖୋର୍ଦ୍ଧାରୋଡ ହସ୍ପିଟାଲର ମୁଖ୍ୟ ଚିକିତ୍ସାଧୀକ୍ଷକ (ସିଏମଏସ୍) ଡା. ବି ଗୌରୀଶଙ୍କର ରାଓଙ୍କ ନେତୃତ୍ୱରେ ଆଇଆରଏଚଏସ ଡାକ୍ତରଙ୍କ ଟିମଦ୍ୱାରା ଖୋର୍ଦ୍ଧାରୋଡ ହସ୍ପିଟାଲରେ ଅସ୍ତ୍ରୋପଚାର କରାଯାଇଥିଲା । ଅସ୍ତ୍ରୋପଚାରଟି ଏକଘଂଟା ୪୫ ମିନିଟ ସମୟ ମଧ୍ୟରେ ସଂପୁର୍ଣ୍ଣ କରାଯାଇଥିଲା । ଏହି ଅସ୍ତ୍ରୋପଚାରକୁ ମଣ୍ଡଳ ମେଡିକାଲ ଅଫିସର( ଅର୍ଥୋପେଡିକ) ଡା. ଭବାନୀ ଶଙ୍କର ବେହେରା, ଡା. କେ କେ ସେନାପତି, ସହାୟକ ମୂଖ୍ୟ ଚିକିତ୍ସାଧୀକ୍ଷକ (ଆନାସ୍ଥେସିଆ) ପାରାମେଡିକାଲ କର୍ମଚାରୀ ଏବଂ ଓଟିର କର୍ମଚାରୀମାନଙ୍କ ସହଯୋଗରେ ସଂପୁର୍ଣ୍ଣ ହୋଇଥିଲା । ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ରୋଗୀଟି ଅସ୍ତ୍ରୋପଚାରର ଦ୍ୱିତୀୟ ଦିନରେ ସାଧାରଣଭାବେ ଚଲାବୁଲା କରିପାରିଛନ୍ତି ।
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର


