
ଵିସମ କଟକ ୨୦/୦୨/୨୧ (ଜିଲ୍ଲା ଖବର) : ରାୟଗଡା ଜିଲ୍ଲାର ଅମ୍ବାଦଳା ଥାନା ଅଧିନ ଦୁର୍ଗମ ଡ଼ିମିରିଗୁଡା ପଞ୍ଚାୟତର 7 ଟି ସ୍ଥାନ ଏମିତିକି ପଞ୍ଚାୟତ କାର୍ଯ୍ୟାଳୟରେ ମାଓ ପୋଷ୍ଟର ମରାଯାଇ ଥିବା ଦେଖିବାକୁ ମିଳିଥିଲା l ପୋଷ୍ଟରରେ ଲିଖିତ ଅଛିଯେ ଗତ କିଛି ଦିନ ପୂର୍ବେ ସୀମାନ୍ତ କନ୍ଧମାଳ ଜିଲ୍ଲାର ବେଲଘର ଥାନା ଅନ୍ତର୍ଗତ ଭଣ୍ଡରଙ୍ଗି ପଞ୍ଚାୟତର ଭଣ୍ଡରଙ୍ଗି ଓ ଗୁଚ୍ଛାଗୁଡା ଗ୍ରାମର ଦୁଇ ଯୁବକ ଶଙ୍କର ପାତ୍ର ଓ ହେମନ୍ତ ପାତ୍ରଙ୍କୁ ପୋଲିସ ଇନଫର୍ମର ସନ୍ଦେହେରେ ହତ୍ୟା କରାଯାଇଥିଲା କାରଣ ସେପ୍ଟେମ୍ବର ମାସରେ ପୁଲିସର ଏନକାଉଣ୍ଟରରେ 5 ଜଣ ମାଓବାଦୀଙ୍କ ହତ୍ୟାରେ ଏହି ଦୁଇଜଣ ଇନଫର୍ମର ଥିଲେ ଏମାନେ ପୋଲିସରୁ ଟଙ୍କା ଆଣି ଲୋକଙ୍କୁ ମଦ ମାଂସ ଖୁଆଇ ରଖୁଥିଲେ ସେଥିପାଇଁ ତାଙ୍କୁ ଦଣ୍ଡ ଦିଆଯାଇ ଥିଲା l ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପୋଲିସ ଡିଜି ଅଭୟ ଓ ଗୋଇନ୍ଦା ଆଇଜି ଆର. କେ ଶର୍ମା ଏହି ହତ୍ୟା କାଣ୍ଡ ପାଇଁ ଦାୟୀ ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି l ଆଉ କିଛି ପୋଲିସ ଇନଫର୍ମର ଅଛନ୍ତି ତାଙ୍କୁ ମଧ୍ୟ ଏହିପରି ଦଣ୍ଡ ଦିଆଯିବ ବୋଲି BGN ଡିଭିଜିନାଲ ସିପିଆଇ ମାଓ ସଂଗଠନ ବୋଲି ଉଲ୍ଲେଖ ହୋଇଛି l



