Sunday, November 15, 2026
Home ଆଞ୍ଚଳିକ ମୁନିଗୁଡା ପୋଲିସ ଦ୍ୱାରା 2 କାର ସହ 1 କୁଇଣ୍ଟାଲ 40 କେଜି ଗଞ୍ଜେଇ ଯବତ...

ମୁନିଗୁଡା ପୋଲିସ ଦ୍ୱାରା 2 କାର ସହ 1 କୁଇଣ୍ଟାଲ 40 କେଜି ଗଞ୍ଜେଇ ଯବତ l

10

ଵିସମ କଟକ ୨୦/୦୨/୨୧ (ଜିଲ୍ଲା ଖବର) : ରାୟଗଡା ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣକୁ ଧରିବାରେ ସଫଳ ହେଉଛି ପୋଲିସ l ସେହି ପରିପେକ୍ଷୀରେ ବିଶେଷ ସୂତ୍ରରୁ ଖବର ପାଇ ମୁନିଗୁଡା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ଟିମ ଦ୍ରୁତ ଗତିରେ ଯାଉଥିବା ଦୁଇଟି ଦାମୀ କାରକୁ ଅଟକାଇ ଥିଲେ କିନ୍ତୁ କାର ଗୁଡିକ ଛାଡି ଗଞ୍ଜେଇ ମାଫିଆ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ l ପରେ କାର ଯାଞ୍ଚ ବେଳେ ଉକ୍ତ ଦୁଇଟି କାରରୁ ବିପୁଳ ପରିମାଣରେ ଗଞ୍ଜେଇ ଥିବା ଜାଣିପାରି ଥାନାକୁ ଆଣି ଯାଞ୍ଚ ପରେ ଦୁଇଟି କାରରୁ 1କୁଇଣ୍ଟାଲ 40କିଲୋ ଗଞ୍ଜେଇ ଯବତ କରାଯାଇଛି l ଯବତ ଗଞ୍ଜେଇର ମୂଲ୍ୟ 10 ଲକ୍ଷ୍ୟରୁ ଉର୍ଦ୍ଧ ହେବ l ପୋଲିସ ଏହି ଗଞ୍ଜେଇ କେଉଠାରୁ ଆସୁଥିଲା ଓ କେଉଁଠି କ ଯାଉଥିଲା ସେ ବିସୟରେ ଖୋଳତାଡ କରୁଥିବା ଜଣାପଡିଛି ।