Thursday, October 15, 2026
Home ଜାତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ, କହିଲେ ଦ୍ରୁତ ବିକାଶ ଚାହୁଁଛି ଦେଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ, କହିଲେ ଦ୍ରୁତ ବିକାଶ ଚାହୁଁଛି ଦେଶ

39

ଜିଲ୍ଲା ଖବର ୨0/0୨:  ଦେଶର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଏହାଦ୍ୱାରା ଦେଶର କୃଷି କ୍ଷେତ୍ର ସହିତ ଅନ୍ୟ କ୍ଷେତ୍ରରେ ମଧ୍ୟ ବିକାଶ ସମ୍ଭବ ହୋଇପାରିବ। ନୀତି ଆୟୋଗର ଷଷ୍ଠ ତମ କାଉନସିଲ ବୈଠକରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ସରକାରଙ୍କ ଯୋଜନା ଦ୍ୱାରା ଦେଶର ଗରିବଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସିଛି ।ଦେଶ ଏବେ ବିକାଶକୁ ଅପେକ୍ଷା କରି ରହିପାରିବ ନାହିଁ । ତେବେ ମିଳିତ ଭାବେ କାମ କଲେ ଏହା ସମ୍ଭବ ହୋଇପାରିବ। କରୋନା ମହାମାରୀ ସମୟରେ ଦେଶର ବହୁ ପରିବର୍ତ୍ତନ ହୋଇଛି। ଆତ୍ମନିର୍ଭର ଭାରତ ଗଠନ ଲାଗି ଏବେ ନିର୍ମାଣ କ୍ଷେତ୍ର ଉପରେ ଅଧିକ ଗୁରୁତ୍ୱାରୋପ କରାଯିବାର ଆବଶ୍ୟକତା ରହିଛି। ଏହା ସହିତ ଉତ୍ପାଦନକୁ ବିଶ୍ୱସ୍ତରୀୟ କରାଯିବା ଅପରିହାର୍ଯ୍ୟ । ଭାରତ ଏକ କୃଷି ପ୍ରଧାନ ଦେଶ। ଏପରିସ୍ଥଳେ କୃଷକଙ୍କୁ ଉପଯୁକ୍ତ ମାର୍ଗଦର୍ଶକର ଆବଶ୍ୟକତା ରହିଛି ବୋଲି ମୋଦି କହିଛନ୍ତି।