
ବାଲିଗୁଡା,୧୯/୦୨ { ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ କାର୍ଯ୍ୟାଳୟ ଠାରେ ଗତକାଲି ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ କୋଭିଡ ଟୀକା କରଣ କାର୍ଯ୍ୟକ୍ରମ ଏହି କାର୍ଯ୍ୟକ୍ରମ ରେ ବାଲିଗୁଡା ଉପଜିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ର ଙ୍କ ଦ୍ୱାରା ଉଦଘାଟନ କରାଯିବା ସହ ଫିତା କାଟି ଟୀକା କରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା | ଉପଜିଲ୍ଲାପାଳ ବ୍ଲକ କାର୍ଯ୍ୟାଳୟ ଠାରେ ସ୍ଥାପନ କରାଯାଇଥିବା ଟୀକା କରଣ କେନ୍ଦ୍ରକୁ ଯାଇ ସେଠାରେ ପ୍ରଥମ କୋଭିଡ ଟୀକା ନେଇଥିଲେ ପରେ ବାଲିଗୁଡା ବି.ଡି.ଓ ଜଗଦିଶ ଷଢଙ୍ଗୀ ଙ୍କ ସମତ ବ୍ଲକ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କୋଭିଡ ଟୀକା ନେଇଥିଲେ | ସହକାରୀ ଜିଲ୍ଲାପାଳ ନିଜେ ଟୀକା ନେବା ସହିତ ସମସ୍ତ କର୍ମଚାରୀ ଙ୍କୁ ଟୀକା ନେବାପାଇଁ ପ୍ରୋଛାହିତ କରିଛନ୍ତି | ତିନି କେନ୍ଦ୍ର ରେ ମୋଟ 453 ଜଣଙ୍କୁ ଟୀକା ଦିଆଯାଇଥିଲା | ବାଲିଗୁଡା ଉପଖଣ୍ଡ ଚିକିଛାଳୟ ଅଧିକାରୀ ବିଜୟ କୁମାର ସୁର ସୂଚନା ଦେଇଛନ୍ତି | ଟୀକା ନେବାପରେ ସମେସ୍ତ ସୁସ୍ଥ ଅଛନ୍ତି |


