
ହାଟମୁନିଗୁଡା,{ପ୍ରସନ କୁମାର ପଣ୍ଡା}: ହାଟମୁନିଗୁଡା ଡାଇନିଂ ହଲ ଦୁର୍ନୀତି ସମ୍ପର୍କରେ ରାୟଗଡା ଜିଲ୍ଲାପାଳ ସରୋଜ ମିଶ୍ର ଙ୍କ ଆଲୋଚନା କରିବା ସମୟରେ ଖୋଦ ଜିଲ୍ଲାପାଳ ଏହି ଅର୍ଥ ହେରଫେର ଘଟଣା ସମ୍ପୂର୍ଣ ମିଥ୍ୟା ଏବଂ ଭିତ୍ତିହୀନ ବୋଲି ଗୁଣୁପୁର ଉପଜିଲ୍ଲାପାଳ ଜେଶ ସୋନାଲ କୁଆଡେ ବିଡ଼ିଓ ଙ୍କୁ ଜଣାଇଥିବା ଏବଂ କୋଠା ନିର୍ମାଣ ରେ କୌଣସି ଅନିୟମିତତା ହୋଇ ନ ଥିବା ଜଣାଇଥିବା କହିଛନ୍ତି ତେଣୁ ଏଥି ଅନିୟମିତତା ର ପ୍ରଶ୍ନ କୁଆଡୁ ଆସିଲା ବୋଲି ଆମ ପ୍ରତିନିଧିଙ୍କୁ ପ୍ରଶ୍ନ କରିଛନ୍ତି ଜିଲ୍ଲାପାଳ ମିଶ୍ର ତେବେ ଏଠି ଗୋଟେ ପ୍ରଶ୍ନ ଉଠୁଛି ଯଦି କାମରେ ଅନିୟମିତତା ହୋଇନି ତେବେ କଣ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି କଣ ମିଛ କହୁ ଛନ୍ତି ନା ସରକାରୀ କଳ ମିଛ କହୁଛି ?
ତେଣୁ ଏହି କାମର ଯାଞ୍ଚ ଭିଜିଲାନ୍ସ ବିଭାଗ ଦ୍ୱାରା କରାଗଲେ କିଏ ସତ କହୁଛି ଜଣା ପଡିବ ? ଜିଲ୍ଲାପ୍ରଶାସନ ଏହି ଘଟଣା କୁ କାହା ଚାପ ରେ ଘଣ୍ଟା ଘୋଡାଉଛନ୍ତି ଏବଂ କିଏ ଏହି ଘଟଣା ର ଅନ୍ତ ଘଟଇବାକୁ ଚେଷ୍ଟା କରୁଛି ଦେଖିବାକୁ ବାକି ରହିଲା ? ଅପରପକ୍ଷେ ଏହି ଘଟଣା ରେ ଜିଲ୍ଲାର ଜଣେ ପ୍ରଭାବଶାଳୀ ବିଧାୟକ ତଥା ମନ୍ତ୍ରୀ ଙ୍କ ଚାପ ପଡୁ ଥିବା ଆଲୋଚନା ହେଉଛି।
ଜଣେ ସରକାରୀ କର୍ମଚାରୀ ଠିକା କାର୍ଯ୍ୟା କରି ପାରିବେକି। ଆଜି ଆମ ରାୟଗଡା ଜିଲ୍ଲା ର କିଛି ଗଣମାଧ୍ୟମ ପ୍ରତିନିଧି ବିଷମକଟକ ବିଡ଼ିଓ ଆଲବଟ ଲାକ୍ରା ଙ୍କୁ ଯୋଗାଯୋଗ କରିବା ପରେ ସେ କହିଛନ୍ତି ଯେ ହାଟମୁନିଗୁଡା ଡାଇନିଂ ହଲ ରେ କୈଣସି ଦୁର୍ନୀତି ହୋଇନାହିଁ ବୋଲି ସଫେଇ ଦେଇ ଛନ୍ତି ବିଡ଼ିଓ। ଏନେଇ ଜିଲ୍ଲା ପାଳ କୁ ଆମୋ ଏହି ବିଷୟରେ ଯୋଗାଯୋଗ କରିପାରେ ଆମେ ଜିଲ୍ଲା ପାଳ ଙ୍କୁ ଗୋଟିଏ କଥା ପଚାରିଲି ଯେ ଯଦି କାର୍ଯ୍ୟ ମରାମତି କରିବା କଥା ତାହେଲେ ଫଳକ ରେ ମରାମତି ବୋଲି କାହିଁକି ଲେଖା ଗଲାନାହିଁ ।
ସେହି ଯାଗାରେ ମରାମତି କରି ପ୍ରସନ ଗୃହ ନିର୍ମାଣ କାହିଁକି ଲେଖା ଯାଇଛି ବୋଲି ଆମେ ଜିଲ୍ଲା ପାଳ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଭୁଲରେ ଫଳକ ରେ ଲେଖା ଯାଇଛି। ଏହା ହେଉଛି ରାୟଗଡା ଜିଲ୍ଲା ପାଳ ଙ୍କ ମତ। କୈଣସି ବରିଷ୍ଠ ଅଧିକାରୀ ମାନେ ତଦନ୍ତ କୁ ନ ଆସି ମିଥ୍ୟା କାଗଜ ପତ୍ର ଜଗାଡୁ ଛନ୍ତି କେମିତି ।







