
ଆସିକା,୨/୧୦ (ଖିରୋଦ ବେହେରା): ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଗାନ୍ଧୀ ଜୟନ୍ତି ଅବସରରେ ଆଜି ଗଞ୍ଜାମ ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଗାନ୍ଧୀଙ୍କ ଉଦେ୍ଧଶ୍ୟରେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଟିତ ହେ।।ଇଯାଇଛି । ଆଜି ପ୍ରଭାତରେ ଆସିକା ହରିହର ହାଇସ୍କୁଲ ଠାରେ ପଚଂସଖା ସ୍ଥିତ ପ୍ରତିମୂର୍ତିରେ ପୁଷ୍ପମାର୍ଲ୍ୟାର୍ପଣ କରାଯାଇଥିଲା ।


ଏହାପରେ ଗାନ୍ଧିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରି ସ୍ଥାନୀୟ ଅବସରପ୍ରାପ୍ତ କର୍ମଚାରୀ, ବୁଦ୍ଧିଜୀବୀ, ସ୍ୱେଚ୍ଚାସେବୀ ସଂଗଠନ, ହରିହର ହାଇସ୍କୁଲ ଛାତ୍ରଛାତ୍ରୀ, ସ୍କାଉଟ, ନାଭାଲ ୱାଙ୍ଗ, ମେକ ମାଇକେଲ ସଂସ୍କୃତ ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ଆସିକା ଫ୍ରଣ୍ଡସ କ୍ଲବ, ସ୍ୱର୍ଣ୍ଣକାରୀ ସଂଘ, ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀ, ଆସିିକା ଲାୟନ୍ସ କ୍ଲବ, ମାନବ ସେବା ସମିତି ସମେତ ଶହ ଶହ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରଭାତ ଫେରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ଆସିକା ଖମ୍ବେଶ୍ୱରୀ ପାଟଣା, ବଜାର ସାହି, ସୁନାମ୍ବ ସାହି, ଓଡିଆ ସାହି,ନିରଞ୍ଜନ ନଗର, ଲକ୍ଷ୍ମି ବଜାର, ବସଷ୍ଟାଣ୍ଡ, କୁମ୍ଭାର ସାହି, ପୁଡୁଗେଶ୍ୱରପଲ୍ଲୀ ମନ୍ଦିର,ଖମ୍ବେଶ୍ୱରୀ ପାଟଣା ସ୍ଥିତ ରାମେଶ୍ୱର ମନ୍ଦିର,ହରିହର ହାଇସ୍କୁଲ, ନୂତନ ବସଷ୍ଟାଣ୍ଡ ପ୍ରମୁଖ ଅଚଂଳ ଗୁଡିକରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ।

ଆସିକା ସବଡିଭିଜନ ମେଡିକାଲ ଠାରେ ରୋଗୀଙ୍କୁ ଫଳ ବଟଂନ କରାଯାଇଥିଲା । ଆସିକା ଉପକାରଗାର ଠାରେ କଏଦି ମାନଙ୍କୁ ଫଳ ବଟଂନ କରାଯାଇଥିଲା । ଏହି ଅବସରରେ ଆସିକା ହରିହର ହାଇସ୍କୁଲ ଠାରେ ଗଞ୍ଜାମ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି ଗଣେଶ ରଥଙ୍କ ସଭାପତିତ୍ୱରେ ଏକ ଆଲୋଚନା ସାଙ୍ଗକୁ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏହି ଅବସରରେ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଆଇଏଏସ ଶ୍ରୀଯୁକ୍ତ ପ୍ରଦିପ କୁମାର ରଥ , ବ୍ରହ୍ମପୁର ଆକାଶବାଣି ସହକାରୀ ନିର୍ଦ୍ଦେଶକ ହୃଷିକେଶ ପାଣିଗ୍ରାହି,ସମ୍ମାନୀୟ ଅତିଥି ଭାବେ ମାନବ ସେବା ସମିତିର ସଭାପତି ପ୍ରଦିପ କୁମାର ପାଣିଗ୍ରାହି, ଅବସପ୍ରାପ୍ତ କର୍ମଚାରୀ ସଂଘର କାର୍ଯ୍ୟକାରୀ ସଭାପତି ଅଜିତ କୁମାର ପଟ୍ଟନାୟକ, ସମ୍ପାଦକ ବନମାଳି ସାମନ୍ତରା, କୋଷାଧ୍ୟକ୍ଷ ଉଦୟ ନାଥ ପାଢୀ, ପିତବାସ ମହାପାତ୍ର, ଦୁର୍ଗା ପ୍ରସାଦ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।ବରିଷ୍ଠ ପ୍ରଶାସନ ଅଧିକାରୀ ପ୍ରଦିପ କୁମାର ରଥ ତାଙ୍କ ବକ୍ତବ୍ୟରେ ଦେଶ ସ୍ୱାଧିନ ବେଳେ ମହାତ୍ମା ଗାନ୍ଧି ଆସିକାରେ ପରିକ୍ରମା କରିବାର ଅନେକ ସ୍ମୃତି ପ୍ରଦାନ କରିଥିିଲେ ।

ଆଜିର ସମାଜ ମହାତ୍ମା ଗାନ୍ଧିଙ୍କ ନିତି ଆଦର୍ଶ ଅନୁସରଣ କରିବାର ସମୟ ଆସିଛି ବୋଲି ମତବ୍ୟକ୍ତି କରିଥିଲେ । ସେହିଭଳି ବେତାର କେନ୍ଦ୍ରର ସହାକାରୀ ନିର୍ଦ୍ଧେଶକ ହୃଷିକେଶ ପାଣିଗ୍ରାହି ମହାତ୍ମା ଗାନ୍ଧିଙ୍କ ଅହିଂସା ନିତି ଆଜି ବିଶ୍ୱର ଏକ ଇତିହାସ ହୋଇ ଉଠିଛି ବୋଲି ମତବ୍ୟକ୍ତ କରିଥିଲେ । ପ୍ରଶାସନିକ ଅଧିକାରୀ ପ୍ରଦିପ କୁମାର ରଥ ଓ ହୃଷିକେଶ ପାଣିଗ୍ରାହିଙ୍କୁ ଉପଢୈାକନ ଦେଇ ସ୍ୱାଗତ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଲେହର ମାଉଟଂ ଷ୍ଟକ କାଗ୍ରିଂ ପର୍ବାତରୋହଣି ଆସିକାର ସୁଶ୍ରୀ ରଚିତା ନାୟକଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ପ୍ରବଳ ଉତ୍ସାହ ମଧ୍ୟରେ ଜାତୀୟ ପତାକା ସହ ଗାନ୍ଧିଙ୍କ ଫୋଟ ଏବଂ ସ୍ୱଚ୍ଚ ଭାରତ ଅଭିଯାନକୁ ଭିତିକରି ବିଭିନ୍ନସଫେଇ ସାମଗ୍ରୀ ଧରି ଶହ ଶହ ଯୁବକ ସଫେଇ କାର୍ଯ୍ୟରେ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଆସିକା ହରିହର ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରଦିପ କୁମାର ରାଉତ, ଏନସିସି ଅଧିକାରୀ ତଥା ବିଜ୍ଞାନ ଶିକ୍ଷକ ଶିବରାମ ମହାରଣା, ବଦ୍ରି ପାତ୍ର, ଶିବ ପାତ୍ର, ଯୁବ ଆଇନଜୀବୀ ଦିଲ୍ଲୀପ କୁମାର ପାଣିଗ୍ରାହି, ଏମ.ତାରିଣି ସେନାପତି, ନିଗମ ମହାନ୍ତି, ମଧୁସୁଦନ ପରିଡା, ୱାଇ ୟେସ କ୍ଲବ ସଭାପତି, ଆସିକା ଓକିଲ ସଂଘ,ମେକମାଇକେଲ ସଂସ୍କୃତ ପ୍ରଧାନ ପଣ୍ଡିତ ପ୍ରଭାକର ମିଶ୍ର, ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶ୍ୱିନି ଦାଶ, କାଳିଆ ପଣ୍ଡା, ଯୁବ ନେତା ନାରାୟଣ ସ୍ୱାଇଁ, ପଚାଂନନ ଭଞ୍ଜ ସମେତ ବହୁ ବ୍ୟକ୍ତି ଯୋଗ ଦେଇଥିଲେ ।



