Tuesday, November 17, 2026
Home ଆଞ୍ଚଳିକ ପୋଲିସର ଚଢ଼ାଉ ବେଳେ ଦେଶୀ ମଦ ଜବତ ଓ 3 ଜଣ ଗିରଫ

ପୋଲିସର ଚଢ଼ାଉ ବେଳେ ଦେଶୀ ମଦ ଜବତ ଓ 3 ଜଣ ଗିରଫ

18

ବାଲିଗୁଡା,୧୮/୦୨ { ସୁକାନ୍ତ କୁମାର ତ୍ରିପାଠୀ } କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତ କତୁରିଭଟା ଗ୍ରାମରେ ବାଲିଗୁଡ଼ା ପୋଲିସ ପକ୍ଷରୁ ଗତକାଲି ଚଢ଼ାଉ କରି ବିପୁଳ ପରିମାଣର 90 ଲିଟର ଦେଶୀ ମଦ ଜବତ କରିବା ସହ 3 ଜଣକୁ ଗିରଫ କରିଛି | ଗିରଫ ହୋଇଥିବା 3 ଜଣହେଲେ ବନ ମଳିକ, ବୁଲୁ ସୁବୁଦ୍ଧି ଓ ଅନନ୍ତ ଗୌଡ଼ | ଏମାନଙ୍କ ନାମରେ ଏକ ମାମଲା 21,22,23/2021 ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି | ସେହିପରି ବାଲିଗୁଡ଼ା ଗୁଳିମରା ପଦା ଠାରେ ମଧ୍ୟ ପୋଲିସ ପକ୍ଷରୁ ଚଢ଼ାଉ କରି ୧୫ ଲିଟର ଦେଶି ମଦ ଜବତ କରିବା ସହ ୨ ଜଣକୁ ଗିରଫ କରି ସେମାନଙ୍କ ନାମରେ ଏକ ମାମଲା 19 /2021 ରୁଜୁ କରି କୋର୍ଟ ଚାଲାଣ କରି ଥିବା ସୂଚନା ଦେଇଛନ୍ତି ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା |