
ବ୍ରହ୍ମପୁର,୧୮/୦୨(ଜିଲ୍ଲା ଖବର): ଶଳା ବାହାଘରକୁ ଆସିଥିଲାବେଳେ ଗଲା ଜ୍ୱାଇଁର ଜୀବନ । ଟ୍ରକ ଧକ୍କାରେ ଜ୍ୱାଇଁର ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଞ୍ଚଳରେ ଘଟିଛି ଘଟଣା । ଶଳାର ବାହାଘରକୁ ଆସିଥିଲେ ଜ୍ୱାଇଁ। ହସ ଖୁସିରେ କଥା ବାର୍ତ୍ତା ହୋଇ ଆସୁଥିବା ବେଳେ ଅଜଣା ଗାଡି ଧକ୍କାରେ ରେ ଚାଲିଗଲା ଜ୍ୱାଇଁ ଙ୍କ ଜୀବନ। ଏଭଳି ଘଟଣା ଘଟିଛି ବିରଞ୍ଚିପୁର ଗ୍ରାମରେ । ଦୃଘଟଣା ରେ ପ୍ରାଣ ହରାଇଥିବା ପୋଲସରା ଥାନା ଅନ୍ତର୍ଗତ ମାଳ ତେନ୍ତୁଳିଆ ଗ୍ରାମର ବାପୁନି ସେଠୀ।ଆସନ୍ତା ୩ ତାରିଖରେ ହୋଇଥାନ୍ତା ଶଳାର ବାହାଘର। ଜ୍ୱାଇଁ ବାପୁନି ସୁରତରେ ରହି ଦାଦନ ଶ୍ରମିକଙ୍କ ଭାବେ କାମ କରୁଥିଲେ। କିନ୍ତୁ ଶାଳାର ବାହାଘର ପାଇଁ କାଲି ଗାଁକୁ ଫେରି ଶଶୁର ଘରକୁ ଯାଇଥିଲେ। ଶାଳା କେଦାର ସେଠୀ ସହ ମିଶି ଟଙ୍କା ମାଗିବାକୁ ଜେଏକ ଗ୍ରାମକୁ ଯାଇ ଫେରୁଥିବା ବେଳେ ବାଟୁଆ ତୋଟା ନିକଟରେ ବୁଗୁଡା ରୁ ଓଡ଼ଗାଁ ଅଭିମୁଖେ ଯାଉଥିବା ଏକ ଅଜଣା ଟ୍ରକ ଧକ୍କାରେ ଉଭୟ ଜ୍ୱାଇଁ ଶାଳା ତଳେ ଛିଟିକି ପଡିଯାଇଥିଲେ।ସଂଗେ ସଂଗେ ଚିକିତ୍ସା ପାଇଁ ବୁଗୁଡା ମେଡିକାଲ ରେ ଭର୍ତ୍ତି କରିଥିଲେ ସ୍ଥାନୀୟ ବାସିନ୍ଦା। କିନ୍ତୁ ସେଠାରେ ଜ୍ୱାଇଁ ବାପୁନି ମୃତ୍ୟୁ ବରଣ କରିଥିବା ଡାକ୍ତର ଘୋଷଣା କରିଥିଲେ। ଶଳା ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଥିବା ଜଣାପଡ଼ିଛି। ଖବର ପାଇ ବୁଗୁଡା ପୋଲିସ ପଂହଁଚି ତଦନ୍ତ କରିବା ସହ ଶବ କୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣା ପଡ଼ିଛି।


