Sunday, November 15, 2026
Home ଆଞ୍ଚଳିକ କୋଟିଆ ନିର୍ବାଚନକୁ ନେଇ ଓଡ଼ିଶାକୁ ଆନ୍ଧ୍ରର କଡା ଜବାବ: ଆଫିଡେଭିଟରେ କହିଲା ଅଞ୍ଚଳ ଆମର ଥିଲା,...

କୋଟିଆ ନିର୍ବାଚନକୁ ନେଇ ଓଡ଼ିଶାକୁ ଆନ୍ଧ୍ରର କଡା ଜବାବ: ଆଫିଡେଭିଟରେ କହିଲା ଅଞ୍ଚଳ ଆମର ଥିଲା, ଅଛି, ରହିବ

34

କୋରାପୁଟ,୧୮/୦୨(ଜିଲ୍ଲା ଖବର): କୋଟିଆର ୩ଟି ଗାଁରେ ପଞ୍ଚାୟତ ନିର୍ବାଚନ ସ୍ଥଗିତ ପାଇଁ ଆନ୍ଧ୍ର ବିରୁଧରେ ଓଡ଼ିଶା ଦାଖଲ କରିଥିବା ଅଦାଲତ ଅବମାନନା ଆବେଦନ ଉପରେ ଜବାବ ଦାଖଲ କରିଛି ଆନ୍ଧ୍ର । ଓଡ଼ିଶା କରିଥିବା ଅଦାଲତ ଅବମାନନା ଆବେଦନକୁ ଭୁଲ ଧାରଣା ବୋଲି କହିଛି ଆନ୍ଧ୍ର । ଆନ୍ଧ୍ର ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆଫିଡେଭିଟରେ କୁହାଯାଇଛି ଯେ, ୨୦୦୬ରେ ସର୍ବୋଚ୍ଚ ନ୍ୟାୟାଳୟ କୌଣସି ନିର୍ଦ୍ଦେଶ ଦେଇନାହାଁନ୍ତି ।ସର୍ବୋଚ୍ଚ ନ୍ୟାୟାଳୟ ଓଡ଼ିଶା ଦ୍ଵାରା ଦାଖଲ ହୋଇଥିବା ଉକ୍ତ ମକଦ୍ଦମାକୁ ଭାରତର ସମ୍ବିଧାନର ଧାରା ୧୩୧ ଅନୁଯାୟୀ ରକ୍ଷଣାବେକ୍ଷଣ ଯୋଗ୍ୟ ନୁହେଁ ବୋଲି ଧାର୍ଯ୍ୟ କରି ଖାରଜ କରିବା ପରେ ଉଭୟ ରାଜ୍ୟର ବିବୃତ୍ତି ରେକର୍ଡ କରିଥିଲେ । “ତା ପରଠୁ ସର୍ବୋଚ୍ଚ ଅଦାଲତ ଦ୍ୱାରା କୌଣସି ନିର୍ଦ୍ଦେଶ ପାସ କରାଯାଇନାହିଁ । ତେଣୁ ଅବମାନନା କରିବାର ପ୍ରଶ୍ନ ଉଠୁ ନାହିଁ । ଏହା ସହ ଆନ୍ଧ୍ର ଏହା ମଧ୍ୟ ଦାଖଲ କରିଛି ଯେ, ଆରାକୁ ସଂସଦୀୟ ନିର୍ବାଚନ ମଣ୍ଡଳୀ ଏବଂ ସାଲୁରୁ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଏହି ବିବାଦୀୟ ଗାଁ ଗୁଡିକରେ ଆନ୍ଧ୍ର କ୍ରମାଗତ ଭାବେ ନିର୍ବାଚନ କରିଆସୁଛି । ଭୋଟର ତାଲିକା ମଧ୍ୟ ରହିଛି ।୧୯୬୮ ଏବଂ ୨୦୦୬ରେ ସୁପ୍ରିମକୋର୍ଟ କେବଳ ସ୍ଥିତାବସ୍ଥା ଜାରି କରିଥିଲେ । ଆନ୍ଧ୍ର ଦେଉଥିବା ସୁବିଧା ସୁଯୋଗ ଉପରେ ମଧ୍ୟ ଉଲ୍ଲେଖ କରାଯାଇଛି । ଏହି ଅଞ୍ଚଳ ଆମର ଥିଲା ଏବେ ରହିଛି ଆଗକୁ ରହିବ ବୋଲି ଆନ୍ଧ୍ର କହିଛି । ଆସନ୍ତାକାଲି କୋଟିଆ ଘଟଣାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ।